ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସରକାର ବିଧିବଦ୍ଧ ଭାବେ ଘୋଷଣା କରି ନ ଥିଲେ ମଧ୍ୟ ଦେଶର ୧୦ଟି ସ୍ଥାନକୁ କରୋନା ସଂକ୍ରମଣ ହଟସ୍ପଟ ଭାବେ ଚିହ୍ନଟ କରିବା ଯୋଜନାରେ ରହିଛି । ସେସବୁ ସ୍ଥାନ ଗୁଡ଼ିକ ହେଉଛି ନିଜାମୁଦ୍ଦିନ୍, ଦିଲଶାହ ଗାର୍ଡେନ୍, ନୋଏଡ଼ା, ମିରଟ, ଭୀଲ୍ଓ୍ବାଡ଼ା, ଅହମଦାବାଦ୍, ମୁମ୍ବାଇ, ପୁଣେ, କାସରଗୋଡ୍ ଏବଂ ପଥାନାମଥିଟ୍ଟା। ନିଜାମୁଦ୍ଦିନ୍ରେ ତବଲିଗ୍ ଜମାତ୍ ଯୋଗୁ ସଂକ୍ରମଣରେ ବୃଦ୍ଧି ଘଟିଥିବାବେଳେ ଦିଲ୍ଲୀର ଦିଲ୍ଶାହ ଗାର୍ଡେନରେ ଜଣେ ମହିଳାଙ୍କଠାରୁ ସଂକ୍ରମଣ ବ୍ୟାପୀଥିବା କୁହାଯାଉଛି।
ଉତ୍ତରପ୍ରଦେଶ ନୋଏଡ଼ାର ଗୌତମବୁଦ୍ଧ ନଗରରେ ବର୍ତ୍ତମାନ ସୁଦ୍ଧା ୩୮ ଜଣ, ମିରଟରେ ୧୯, ଗୁଜରାଟର ଅହମଦାବାଦରେ ୨୩, ରାଜସ୍ଥାନ ଭୀଲଓ୍ବାଡ଼ାରେ ୨୬, ମହାରାଷ୍ଟ୍ରର ପୁଣେରେ ୪୩ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କେରଳର କାସରଗୋଡ୍ରେ ୭୮ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳର ପଥାନାମଥିଟ୍ଟାରେ ୨୮ରୁ ଅଧିକ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ୭ ହଜାର ଲୋକଙ୍କ ଉପରେ ସରକାର ନଜର ରଖିଛନ୍ତି।
Comments are closed.