Latest Odisha News

ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ

ଝାରସୁଗୁଡା: ପଶ୍ଚିମବଙ୍ଗ ଯାତ୍ରୀମାନଙ୍କୁ ଓଡି଼ଶାକୁ ଯାତାୟତ କରିବା ହେଲା ଆହୁରି ସହଜ । ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକାତାରୁ ୨୭ ସିଟ୍ ବିଶିଷ୍ଟ  ATR-72 ବିମାନ ଚଳାଚଳ ଆଜିଠୁ ଆରମ୍ଭ ହୋଇଛି । ପ୍ରତିଦିନ ଏହି ବିମାନ ଚଳାଚଳ କରିବ । ୫ ଟା ୫୦ରେ କୋଲକାତରୁ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡ଼ା ପହଞ୍ଚିବ ଇଣ୍ତିଗୋ ATR-72 । ସେହିପରି, ଝାରସୁଗୁଡାରୁ ସଂନ୍ଧ୍ୟା ୭ ଟା ୫୫ ମିନିଟରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୫ ତାରିଖରୁ ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା ଆରମ୍ଭ ହେବା ପାଇଁ ଯାଉଛି । ପ୍ରତିଦିନ ସକାଳ ୧୦ ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ ବିମାନ । ପରେ ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡାରୁ ବାହାରି ୨ ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ । ବେଙ୍ଗାଳୁରୁକୁ ୧୮୦ ସିଟ ବିଶିଷ୍ଟ ଏୟାରବସ-୩୨୦ ବିମାନ ଚଳାଚଳ କରିବ । ଏହାଦ୍ବାରା ପଶ୍ଚିମ ଓଡିଶା ସହିତ ଛତିଶଗଡର ଲୋକେ ମଧ୍ୟ ଉପକୃତ ହୋଇପାରିବେ ।

ସେହିପରି ଆସନ୍ତାକାଲିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ । ସପ୍ତାହକୁ ୨ ଦିନ ଅର୍ଥାତ୍ ସୋମବାର ଓ ଶୁକ୍ରବାର ଉଡ଼ିବ ଏହି ବିମାନ । ରାଜ୍ୟ ସରକାରଙ୍କ ସହଯୋଗରେ ଇଣ୍ଡିଆ ୱାନ ବିମାନ କମ୍ପାନୀ ଏହି ସେବା ଯୋଗାଇବ । ବିମାନଟି ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ। ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ ମିନିଟ୍ ରେ ପହଞ୍ଚିବ ।

Leave A Reply

Your email address will not be published.