Latest Odisha News

BREAKING NEWS

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମାୟାବୀ’ର ଶୁଭ ମହୁରତ

ପୁରୀ : ନୂତନ ଓଡ଼ିଆ ଚଳଚ୍ଚିତ୍ର ମାୟାବୀର ଶୁଭ ମହୁରତ ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ମଙ୍ଗୁ ମଠ ପରିସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ମହୁରତ କରିଥିଲେ । ପୁରୀ ପୁଅ ତଥା ପୂର୍ବରୁ ବିଭିନ୍ନ ଚଳଚ୍ଚିତ୍ର ସମେତ ଚକ୍ଷୁବନ୍ଧନ ଚଳଚ୍ଚିତ୍ର କରି ଜାତୀୟ ପୁରସ୍କାର ପାଇଥିବା ତପନ ଦାସ ପୁଣି ଆଉ ଏକ ଫିଲ୍ମ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି । ଥ୍ରୀଲର ଓ ସସପେନ୍ସକୁ ଆଧାର କରି ଚଳଚ୍ଚିତ୍ରଟି ନିର୍ମାଣ ହେବାକୁ ଯାଉଛି ।

ମୁଖ୍ୟ ଭୂମିକାରେ ଅମ୍ଳାନ ଓ ଭୂମିକାଙ୍କ ସହ ଅନେକ ନବାଗତ କଳାକାରଙ୍କୁ ସୁଯୋଗ ଦେଇଛନ୍ତି ଫିଲ୍ମ ପ୍ରଯୋଜକ ତପନ ଦାଶ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ସୁଶାନ୍ତ ସାହୁ । ପୂର୍ବ ଚଳଚ୍ଚିତ୍ର ପରି ଏହା ଓଡ଼ିଆ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶାବାଦୀ ଅଛନ୍ତି ପ୍ରଯୋଜକ । ପବିତ୍ର ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଶ୍ରୀକ୍ଷେତ୍ରରୁ ଫିଲ୍ମର ଶୁଭ ମହୁରତ କରାଯାଇଛି । ଉତ୍ସବରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା, ଦୁର୍ଗା ଦାସ ମହାପାତ୍ର, ଅନନ୍ତ ତିଆଡ଼ିଙ୍କ ସମେତ ପୁରୀର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.