Latest Odisha News

ଧୋନୀ ଛାଡିଲେ ଅଧିନାୟକ ପଦ, ଚେନ୍ନାଇର ମଙ୍ଗ ସମ୍ଭାଳିବେ ରବୀନ୍ଦ୍ର ଜାଡେଜା

ଧୋନୀ ଓ ସୁରେଶ ରାଇନାଙ୍କ ପରେ ରବୀନ୍ଦ୍ର ଜାଡେଜା ତୃତୀୟ ଖେଳାଳି ଭାବେ ଚେନ୍ନାଇ ସୁପର୍ କିଙ୍ଗସର ଅଧିନାୟକ ପଦ ସମ୍ଭାଳିବେ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଫଟାଫଟ୍ କ୍ରିକେଟ୍ ଲିଗ୍ ଆଇପିଏଲ୍‌କୁ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ଖବର । ଏହି ଧାରାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଦଳର ଅଧିନାୟକତ୍ୱ ପଦ ଛାଡିଲେ ମିଷ୍ଟର୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ୨୦୨୨ ସଂସ୍କରଣରେ ଆସନ୍ତା ଶନିବାର ଚେନ୍ନାଇ ସୁପର୍ କିଙ୍ଗସ୍ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ । ହେଲେ ତା’ ପୂର୍ବରୁ ଧୋନୀ ନିଜ ଅଧିନାୟକତ୍ୱ ପଦ ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି ।

ଧୋନୀ ଓ ସୁରେଶ ରାଇନାଙ୍କ ପରେ ରବୀନ୍ଦ୍ର ଜାଡେଜା ତୃତୀୟ ଖେଳାଳି ଭାବେ ଚେନ୍ନାଇ ସୁପର୍ କିଙ୍ଗସର ଅଧିନାୟକ ପଦ ସମ୍ଭାଳିବେ । ଧୋନୀ ୨୦୦୮ରୁ ଚେନ୍ନାଇର ଅଧିନାୟକ ପଦରେ ରହିଆସିଥିଲେ । ଅନ୍ୟପଟେ ୨୦୧୨ରୁ ରବୀନ୍ଦ୍ର ଜାଡେଜା ମଧ୍ୟ ଚେନ୍ନାଇର ଏକ ଅଭିନ୍ନ ଅଙ୍ଗ ଭାବେ ଖେଳ ମଇଦାନରେ ନିଜ ଯାଦୁଗରୀ ଦେଖାଇଆସିଛନ୍ତି ।

ତେବେ ଅଧିନାୟକ ପଦ ଛାଡିଥିଲେ ହେଁ ଧୋନୀ ଚଳିତବର୍ଷ ଓ ଆଗାମୀ ସଂସ୍କରଣରେ ମଧ୍ୟ ଆଇପିଏଲ୍ ନିଜ ଖେଳ ଜାରି ରଖିବେ । ଅନ୍ୟପଟେ ଜାଡେଜାଙ୍କୁ ଚେନ୍ନାଇ ସୁପର୍ କିଙ୍ଗସର ନୂଆ ଅଧିନାୟକ ଭାବେ ଦେଖି ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ମିଶ୍ରିତ ପ୍ରତିକ୍ରିୟା ।

 

Leave A Reply

Your email address will not be published.