Latest Odisha News

BREAKING NEWS

ମୁମ୍ବାଇରେ ହୋଇପାରେ ଆଇପିଏଲର ୨୦୨୨ ସଂସ୍କରଣ !

ମୁମ୍ବାଇ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଏଥର ଘରୋଇ ପରିବେଶରେ ଆଇପିଏଲ ଆୟୋଜନ ହେବ ବୋଲି ସୂଚନା ଦେଇଛି । ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୨ ସଂସ୍କରଣ ମୁମ୍ବାଇରେ ହେବ ବୋଲି ଜଣାପଡିଛି । ବିସିସିଆଇର ଜନୈକ ଅଧିକାରୀ ତାଙ୍କ ନାମ ପ୍ରକାଶ ନ କରି ଏହା ଏଏନଆଇକୁ କହିଛନ୍ତି ।

୨୨ ଜାନୁୟାରୀରେ ବିସିସିଆଇ ଓ ଆଇପିଏଲ ଫ୍ରାଂଚାଇଜଙ୍କ ମଧ୍ୟରେ ଆୟୋଜିତ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି । ୱାଙ୍ଖେଡ, ସିସିଆଇ ଓ ଡିୱାଇ ପଟେଲ ଷ୍ଟାଡିୟମରେ ଏହି ମ୍ୟାଚଗୁଡିକ ଆୟୋଜିତ ହେବ । ଯଦି ଏହା ସତ୍ୱେ କୌଣସି ଅସୁବିଧା ପରିସ୍ଥିତି ସମ୍ମୁଖକୁ ଆସିଲେ ପୁଣେରେ ମ୍ୟାଚ ଆୟୋଜନ କରାଯିବ ।

Comments are closed, but trackbacks and pingbacks are open.