Latest Odisha News

BREAKING NEWS

ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ,ମୁଖ୍ୟ ଅଭିଯୁକ୍ତ ଗିରଫ

ବାରିପଦା :ବ୍ୟୁଟି ପାର୍ଲର ନାଁରେ ଠକେଇ । ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ବିଭିନ୍ନ ଅଞ୍ଚଳରୁ ଠକି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ।ବାରିପଦା ଟାଉନ ଥାନା ପୋଲିସ ଓ ବାଲେଶ୍ୱର ଥାନା ପୋଲିସ ରେସିଡେନସିଆଲ କଲୋନୀରୁ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ହେଲେ ବୈଶିଙ୍ଗା ଅଞ୍ଚଳର ଚୁନୁଝୁନ ଓରଫ୍ ସୀତାକାନ୍ତ ମହାପାତ୍ର ।ଏନେଇ ବାରିପଦା ଟାଉନ ପୋଲିସ ଗତ ୯ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା ।ଆଜି ଅଭିଯୁକ୍ତକୁ ଧରିଛି ପୋଲିସ । ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯିବ ବୋଲି ଜଣାପଡିଛି ।

ପୋଲିସ ସୂଚନା ଅନୁସାରେ, ସୀତାକାନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବିୟୁଟିପାର୍ଲରକୁ ରୂପସଜ୍ଜା ସାମଗ୍ରୀ ଯୋଗାଇଥାନ୍ତି। କିଛି ଦିନ ପରେ ସମସ୍ତଙ୍କ ବିଶ୍ୱାସ ଜିଣି ନିଜେ ଏକ ରୂପସଜ୍ଜା ସାମଗ୍ରୀ ବିକ୍ରୟ ସଂସ୍ଥା ଖୋଲିଥିଲେ। ସାମଗ୍ରୀ ନେବା ପାଇଁ ପାର୍ଲର ମାଲିକାଣୀ ଯେତେ ଟଙ୍କା ଜମା କରିବେ ୧୨ମାସରେ ତାହା ୨ଗୁଣ ହେବ ବୋଲି ଲୋଭ ଦେଖାଇଥିଲେ। ବର୍ଷକରେ ପଇସା ଦୁଇଗୁଣ ହେବାକୁ ଥିବାରୁ ସେମାନେ ନିଜ ଗ୍ରାହକମାନଙ୍କୁ ମଧ୍ୟ ଏଥିରେ ସାମିଲ କରିଥିଲେ।

ଅଭିଯୁକ୍ତ ଜଣଙ୍କ ପ୍ରଥମ ଦୁଇଟି କିସ୍ତିର ଲାଭ ଅର୍ଥ ଠିକ୍ ସମୟରେ ସମସ୍ତଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଟଙ୍କା ନ ପାଇବାରୁ ସମସ୍ତେ ଚିଟଫଣ୍ଡ ଭଳି ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ବାରିପଦା ଲାଲବଜାରର ଏକ ବିୟୁଟିପାର୍ଲର ମାଲିକାଣୀଙ୍କ ପାଖରୁ ଅଭିଯୁକ୍ତ ଅନୁରୂପ ଭାବେ ୧୨ଲକ୍ଷ ଟଙ୍କା ନେଇଥିବା ବେଳେ ଟଙ୍କା ମାଗିବାରୁ ବନ୍ଧୁକ ଦେଖାଇଥିଲେ । ତେବେ ସେ ମୂଳଟଙ୍କା ଫେରି ନ ପାଇବାରୁ ଟାଉନ ଥାନାର ଆଶ୍ରୟ ନେଇଥିଲେ। ପୋଲିସ ଏ ଦିଗରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି।

Comments are closed, but trackbacks and pingbacks are open.