Latest Odisha News

BREAKING NEWS

ଆଇପିଏଲରେ ବେଶ ଚର୍ଚ୍ଚିତ ହୋଇଥିଲେ ଏହି ରହସ୍ୟମୟ ମହିଳାମାନେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରୋମାଂଚ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । ଖେଳାଳିମାନେ ଆଇପିଏଲ ମାଧ୍ୟମରେ ବେଶ ଲୋକପ୍ରିୟ ହୋଇ ଉଠିଥାନ୍ତି । ତେବେ ଆଇପିଏଲରେ ଏପରି କେତେକ ରହସ୍ୟମୟ ମହିଳା ଅଛନ୍ତି ଯେଉଁମାନେ କି ବେଶ ଚର୍ଚ୍ଚିତ ହୋଇଥିଲେ । ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଜଣେ ମହିଳା ପ୍ରଶଂସକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସେ ବାଙ୍ଗାଲୋର ଟିମକୁ ସମର୍ଥନ କରୁଥିବା ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ପରେ ଏହି ରହସ୍ୟମୟ ମହିଳାଙ୍କ ନାମ ଦୀପିକା ଘୋଷ ବୋଲି ଜଣା ପଡିଥିଲା । ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମ୍ୟାଚ ଅବସରରେ ଦର୍ଶକ ଗ୍ୟାଲେରୀରେ ରିୟାନ ଲାଲୱାନୀ ହଠାତ ଲୋକପ୍ରିୟ ହୋଇ ଉଠିଥିଲେ ।

୨୦୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ମୁକାବିଲା ବେଳେ ଅଦିତି ହୁଣ୍ଡିଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ପେଶାରେ ଜଣେ ମଡେଲ ଅଟନ୍ତି । ୨୦୧୮ରେ ମାଳତୀ ଚହର ନାମକ ଜଣେ ମହିଳା ଆଇପିଏଲ ମ୍ୟାଚ ଅବସରରେ ହଠାତ ଚର୍ଚ୍ଚିତ ହୋଇ ପଡିଥିଲେ । ପରେ ସେ ଚହର ବ୍ରଦର୍ସଙ୍କ ଭଉଣୀ ବୋଲି ଜଣା ପଡିଥିଲେ । ୨୦୨୩ରେ କେଉଁ ରହସ୍ୟମୟ ମହିଳା ଚର୍ଚ୍ଚାର ପରିଧିକୁ ଆସିବେ ତାହା ଦେଖିବା କଥା ।

Leave A Reply

Your email address will not be published.