Latest Odisha News

BREAKING NEWS

ଆଣ୍ଟି କରୋନା ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବ ଇରାନ

ତେହରାନ୍‌: ଦିନକୁ ଦିନ କରୋନା ଭାଇରସ୍ ବ୍ୟାପୁଥିବା ବେଳେ ଏବେ ଅନେକ ଦେଶ କରୋନା ଟିକା ବାହାର କରିବାରେ ଲାଗିଛନ୍ତି । ଏଭଳି ସମୟରେ ଇରାନ ମେଡିକାଲ୍ ସାଇନଟିଷ୍ଟ ଖୁବ୍ ଶୀଘ୍ର ଆଣ୍ଟି କରୋନାଭାଇରସ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।

ଆଇଆରଏନଏ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ମୁତାବକ ଏହି ଆଣ୍ଟି କରୋନାଭାଇରସ ଭ୍ୟାକସିନ ଆନିମଲ୍ ଟ୍ରାଏଲ୍ ପାସ୍ କରିବା ପରେ ମନୁଷ୍ୟ ଉପରେ ପରୀକ୍ଷଣ କରିବା ପାଇଁ ଇରାନ୍ ପ୍ରସ୍ତୁତ ହେଉଛି ।

ଏସମ୍ପର୍କରେ ଇରାନ୍ ୟୁନିଭରସିଟି ଅଫ୍ ମେଡିକାଲ୍ ସାଇନ୍ସର ଡିନ୍ ଏବଂ ତେହେରାନ୍ ଆଣ୍ଟି କରୋନାଭାଇରସ କମିଟିର ସଦସ୍ୟ ଜଲିଲ୍ କୋପାୟେଜାଦେହ କହିଛନ୍ତି ଯେ ଏହା ଲୋକମାନଙ୍କୁ ଉତ୍ତମ ପ୍ରତିଷେଧକ ଯୋଗାଇ ଦେବାରେ ଫଳପ୍ରଦ ହେଉ ବୋଲି ଆମେ ଆଶା କରୁଛୁ ।

ଏହା ବ୍ୟତିତ କରୋନା ସଂକ୍ରମଣକୁ ରୋକିବା ଲାଗି ଏଯାବତ୍ କୌଣସି ପ୍ରତିଷେଧକ ଟିକା କିମ୍ବା ଔଷଧ ବାହାରି ପାରିନାହିଁ । ତେଣୁ କରି ଲୋକମାନେ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ଜଲିଲ୍ ।

 

Leave A Reply

Your email address will not be published.