Latest Odisha News

BREAKING NEWS

ଆଜରେଙ୍କାକୁ ହରାଇ ୟୁଏସ ଓପନ ଟାଇଟଲ ହାସଲ କଲେ ନାଓମି ଓସାକା

ନ୍ୟୁୟର୍କ:ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟ ମହିଳା ସିଙ୍ଗଲ୍ସ ଫାଇନାଲରେ ଜାପାନର ନାଓମି ଓସାକା ବେଲାରୁଷର ଭିକ୍ଟୋରିଆ ଆଜରେଙ୍କାଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି । ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ଓସାକା ୧-୬, ୬-୩, ୬-୩ ସେଟରେ ବିଜୟ ହାସଲ କରିଥିଲେ । ପ୍ରଥମ ସେଟରେ ଆଜାରେଙ୍କା ସହଜ ବିଜୟ ହାସଲ କରିଥିଲେ ମଧ୍ୟ ଏହା ପରେ ନାଓମି କ୍ରମାଗତ ୨ଟି ସେଟରେ ବିଜୟୀ ହୋଇ ଟାଇଟଲ ହାତେଇଥିଲେ ।

ମ୍ୟାଚରେ ବିଜୟ ହାସଲ କରିବା ପାଇଁ ୧ ଘଂଟା ୫୩ ମିନିଟ ସମୟ ଲାଗିଥିଲା । ୨୨ ବର୍ଷୀୟା ଓସାକା ଏହା ପୂର୍ବରୁ ୨୦୧୮ରେ ୟୁଏସ ଓପନ ଓ ୨୦୧୯ରେ ଅଷ୍ଟ୍ରେଲିଆ ଓପନ ଜିତିଥିଲେ ।

Leave A Reply

Your email address will not be published.