Latest Odisha News

‘କର୍ଣ୍ଣାଟକ ନିର୍ବାଚନ’ ଖେଳୁଛି କଂଗ୍ରେସ, ଭାବୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିଜେପି ଲଢେଇ ସେତିକି ତୀବ୍ର ହେଉଛି। ତିନି ଦିନ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ହେବ। ଗୋଟିଏ ପଟେ କଂଗ୍ରେସ ୨୨୪ ଆସନ ମଧ୍ୟରୁ ୧୬୬ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

BjdElectrycity

ଅନ୍ୟ ସିଟ ଗୁଡିକରେ ପ୍ରାର୍ଥୀ ଘୋଷଣା ପାଇଁ ଦଳ ବିଚାର ବିମର୍ଶ ଜାରି ରଖିଛି। ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀ ଚୟନ ବିଳମ୍ବ ହେଉଛି। ସେପଟେ ବିଜେପି ମଧ୍ୟ ସମାନ ସମସ୍ୟା ଦେଇ ଗତି କରୁଛି। ବହୁ ସଂଖ୍ୟାରେ ଆଶାୟୀ ଥିବାରୁ ଦଳୀୟ ପ୍ରାର୍ଥୀ ଚୟନରେ ଅସୁବିଧା ହେଉଥିବା କୁହାଯାଉଛି।

ପ୍ରାର୍ଥୀ ଚୟନ ସମସ୍ୟା ଉଭୟ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଥିବା ବେଳେ କଂଗ୍ରେସ କିନ୍ତୁ ଦମଦାର ଢଙ୍ଗରେ ଆଗେଇ ଚାଲିଛି। କଂଗ୍ରେସର ପ୍ରମୁଖ ଶକ୍ତି ସାଜିଛି ରାହୁଲ ଗାନ୍ଧୀ ପ୍ରସଙ୍ଗ। ଏପରିକି ଦଳୀୟ ନେତାମାନଙ୍କୁ ରାହୁଲ ଗାନ୍ଧୀ ପ୍ରସଙ୍ଗ ମାନସିକ ସ୍ତରରେ ଏତେ ଶକ୍ତିଶାଳୀ କରାଇଦେଇଛି ଯେ ସେମାନେ ଏକ ହୋଇ ଲଢ଼ୁଥିବା ଦେଖାଯାଇଛି।

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି କେ ଶିବକୁମାର ଓ ସିଦ୍ଧରମେୟାଙ୍କ ମଧ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ପ୍ରତିଯୋଗିତା ଥିବା କୁହାଯାଉଛି। କିନ୍ତୁ ଉଭୟ ଗୋଷ୍ଠୀ କୌଣସି ପରସ୍ପର ବିରୋଧୀ ଟିପ୍ପଣୀ ଦେଉନାହାଁନ୍ତି। ଯାହାକି କଂଗ୍ରେସର ରାଜନୈତିକ ପରିପକ୍ଵତାକୁ ଦର୍ଶାଉଛି ବୋଲି ଆଲୋଚନା ହେଉଛି।

ଏପରିକି ଆଉ ପାଦେ ଆଗକୁ ଯାଇ କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରିବାକୁ ଡି କେ ଶିବକୁମାର ଆହ୍ୱାନ ଦେଇଛନ୍ତି। ଯାହାକୁ ନେଇ ଏକ ରାଜନୀତି ଜୋର ଧରିଛି। କର୍ଣ୍ଣାଟକ ଇତିହାସରେ କେବେ ବି ଜଣେ ଦଳିତ ମୁଖ୍ୟମନ୍ତ୍ରୀ ହୋଇ ନ ଥିବା ବେଳେ ଖଡ଼ଗେଙ୍କ ଭଳି ଜଣେ ଜାତୀୟ ଦଳିତ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ମତ ଦେଇ ଶିବକୁମାର ବଡ଼ କାର୍ଡ ଖେଳିଛନ୍ତି ବୋଲି କୁହାଯାଉଛି।

ସେପଟେ ବିଜେପି ବହୁ ବିଧାୟକଙ୍କୁ ଟିକେଟ ଦେବ ନାହିଁ ବୋଲି କୁହାଯାଉଥିଲେ ମଧ୍ୟ ଦଳ ସେଭଳି ରିସ୍କ ନେବାକୁ ଚାହୁଁ ନ ଥିବା କୁହାଯାଉଛି। ବର୍ତ୍ତମାନ ବିଧାୟକ ଥିବା ବହୁ ନେତାଙ୍କୁ ବିଜେପି ଆଉଥରେ ଟିକେଟ ଦେବ ବୋଲି କୁହାଯାଉଛି। ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଯୋଗୁ ବିଜେପି ପ୍ରବଳ ଚାପରେ ଥିବା କୁହାଯାଉଥିବା ବେଳେ ଏହି ଲୋକପ୍ରିୟତା କଂଗ୍ରେସକୁ ଶକ୍ତିଶାଳୀ କରାଇବା ସହ ଦଳୀୟ କନ୍ଦଳ ଓ ମନୋମାଳିନ୍ୟକୁ ମ୍ୟାନେଜ କରି ରଖିବାରେ ସମର୍ଥ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.