ପ୍ରୟାଗରାଜ: ପ୍ରୟାଗରାଜରେ ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ପର୍ବ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଏହା ବିଦେଶୀ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ମହାକୁମ୍ଭକୁ ଅନେକ ଭିଆଇପି ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହାରି ଭିତରେ ଟେସଲାର ସିଇଓ ଏଲନ ମସ୍କଙ୍କ ସାମିଲ ହେବେ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ଏଲନ ମସ୍କ ଆମେରିକାର ଟେକ୍ସାସରେ ଭାରତୀୟ ବ୍ୟବସାୟୀ ମୁଖିଆମାନଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରସିଦ୍ଧ ଲେଖକ ଅମିଶ ତ୍ରିପାଠୀ ଏବଂ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ସେଲିବ୍ରିଟି ମସ୍କଙ୍କୁ ଭେଟିଥିଲେ।
ତେବେ ଅମିଶ ତ୍ରିପାଠୀ ଦାବି କରିଛନ୍ତି ଯେ ଏଲନ ମସ୍କଙ୍କୁ ମହାକୁମ୍ଭରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ମହାକୁମ୍ଭକୁ ନେଇ ମସ୍କ ବହୁତ ଉତ୍ସାହିତ ଦେଖାଯାଉଥିବା ପ୍ରକାଶ କରିଛନ୍ତି ରିତେଶ ଅଗ୍ରୱାଲ।
ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅମିଶ ତ୍ରିପାଠୀ ସୂଚନା ଦେଇଛନ୍ତି।
Comments are closed.