ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ତିନି ପଟୁ ଘେରିଥିଲା ପାକିସ୍ତାନ । ପାକିସ୍ତାନ ଭିତରେ ଡର ଥିଲା ଯେ ଏଥର ଭାରତର ଷ୍ଟ୍ରାଇକ ନୌସେନା ପକ୍ଷରୁ ହୋଇପାରେ । ଭାରତୀୟ ନୌସେନା ମଧ୍ୟ ଏଥିପାଇଁ ଆରବ ସାଗରରେ ବଡ଼ ବଡ଼ ଯୁଦ୍ଧ ଜାହାଜ ମୁତୟନ କରି ସାରିଥିଲା । ୧୯୭୧ ଯୁଦ୍ଧ ଭଳି ପ୍ରସ୍ତୁତି କରିଥିଲା ଭାରତୀୟ ନୌସେନା । ୧୯୭୧ ମସିହାରେ ଭାରତୀୟ ନୌସେନା ପାଖରେ ମାତ୍ର ୬ଟି ଯୁଦ୍ଧ ଜାହାଜ ଥିଲା, କିନ୍ତୁ ଏଥର ୩୬ଟି ଯୁଦ୍ଧ ଜାହାଜ ମୁତୟନ କରି କରାଚି ବନ୍ଦରକୁ ଘେରିବା ପାଇଁ ସବୁ ପ୍ରସ୍ତୁତି କରିସାରିଥିଲା ନୌସେନା । ଭାରତୀୟ ନୌସେନାର ଏହି ପ୍ରସ୍ତୁତିକୁ ଦେଖି ପାକିସ୍ତାନ ଏତେ ଡରିଯାଇଥିଲା ଯେ ତାର ନୌଜାହାଜଗୁଡ଼ିକୁ କରାଚି ବନ୍ଦରରୁ ବାହାର କରିବା ପାଇଁ ଚିନ୍ତା କରିପାରି ନ ଥିଲା । ନୌବାହିନୀକୁ ସତର୍କ ରହିବାକୁ ୱାର୍ଣ୍ଣିଂ ଜାରି କରିଥିଲା । ଉପକୂଳରେ ସମରାଭ୍ୟାସକୁ ଛାଡ଼ି ଦେଲେ ଆରବ ସାଗରରେ ଏତେ ସଂଖ୍ୟାରେ ନୌ ଯୁଦ୍ଧଜାହାଜ ଏକାସାଙ୍ଗରେ କେବେ ଏକାଠି ହୋଇ ନ ଥିଲେ ।
ଭାରତୀୟ ନୌସେନାର ଏଭଳି ପ୍ରସ୍ତୁତି ଦେଖି ପାକିସ୍ତାନ ଛାତିରେ ପଶିଥିଲା ଛନକା । ୧୯୭୧ ଯୁଦ୍ଧ ବେଳେ ଯେମିତି କରାଚୀ ବନ୍ଦରକୁ ଆକ୍ରମଣ କରାଯାଇଥିଲା, ସେଇ ଢଂଗରେ ଏଥର ବି ଆକ୍ରମଣ ପାଇଁ ସମସ୍ତ ତୟାରି କରିସାରିଥିଲେ ଭାରତୀୟ ନୌବାହିନୀ । ଯାହା ଜାଣିବା ପରେ ପାକିସ୍ତାନ ଡରିଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ କରାଚି ବନ୍ଦରରୁ କୌଣସି ଗୋଟିଏ ଜାହାଜ ବାହାରକୁ ବାହାର କରିବା ପାଇଁ ପାକିସ୍ତାନ ନୌସେନା ସାହସ ବି କରିପାରି ନ ଥିଲେ
୧୯୭୧ରେ ଦିଲ୍ଲୀ ଏବଂ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ କରାଚି ବନ୍ଦର ସହରକୁ ନିଶାନା କରିବା ପାଇଁ ପ୍ଲାନ୍ କରାଯାଇଥିଲା । ଏଥିପାଇଁ ବିଦ୍ୟୁତଚାଳିତ ତିନୋଟି ମିସାଇଲ ବୋଟ୍ INS ବୀର, INS ନିର୍ଘତ ଏବଂ INS ନିପଟକୁ ବଛାଯାଇଥିଲା । ଏସବୁ ମିସାଇଲ ବୋଟ୍ ଛୋଟ ଧରଣର ଫାଷ୍ଟ ଆଟାକ୍ ଯୁଦ୍ଧଜାହାଜ ସାଧାରଣତଃ ଆଣ୍ଟି ସିପ୍ ମିସାଇଲଠାରୁ ଟିକିଏ ଛୋଟ ହୋଇଥାଏ । ଏହି ତିନିଟି ମିସାଇଲ ବୋଟକୁ ପାକିସ୍ତାନରେ ଏମର୍ଜେନ୍ସି ଲାଗୁ ହେବା ପରେ ଗୁଜରାଟ ଉପକୂଳରେ ମୁତୟନ କରାଯାଇଥିଲା । ଏହାଛଡ଼ା ଆଣ୍ଟି ସବମେରିନ କୋର୍ବିଟ୍ INS କିଲ୍ଲତ ଏବଂ INS କଟଛଲ ଏବଂ ଟ୍ୟାଙ୍କର INS ପୋଷକ ମୁତୟନ କରାଯାଇଥିଲା । ଭାରତୀୟ ନୌସେନାର ଏହି ୬ଟି ଯୁଦ୍ଧ ଜାହାଜ ପାକିସ୍ତାନର ନୌସେନା ମୁଖ୍ୟାଳୟକୁ ଛିନଛତ୍ର କରି ଦେଇଥିଲା । ଏଥର ମଧ୍ୟ ୧୯୭୧ ଯୁଦ୍ଧ ଭଳି ପ୍ଲାନ୍ କରିଥିଲା ଭାରତୀୟ ନୌସେନା ।
Comments are closed.