Latest Odisha News

BREAKING NEWS

ବଡ଼ ବଡ଼ ହୋଟେଲରେ ଚାଲିଛି କି କୋକେନ କାରବାର ?

ଭୁବନେଶ୍ୱର: ବିଦେଶରେ ବଡ ବଡିଆ ଯେଉଁ ନିଶା (କୋକେନ) ବ୍ୟବହାର କରନ୍ତି ତାହା ଏବେ ଭୁୂବନେଶ୍ୱର ବଜାରରେ । ବିଦେଶୀ ପର୍ଯ୍ୟଟକ ଏବଂ ଆଗନ୍ତୁକଙ୍କ ଯିବା ଆସିବା ରାଜଧାନୀକୁ ରହୁଛି । ଏହି ସମୟରେ କୋକେନ ଭୁବନେଶ୍ୱରରୁ ୨୦୨ ଗ୍ରାମ ଜବତ ହେବା ଅନେକ ପ୍ରଶ୍ନ ଛିଡ଼ା କରିଛି । ମୁଖ୍ୟତଃ ଏହି ବ୍ୟୟବହୁଳ ନିଶା କାରବାର କିଏ କରୁଛି ଏବଂ ଏହାର ଗ୍ରାହର କିଏ ? ଏହି କୋକୋନ କାରବାରରେ ଧରାପଡିଛନ୍ତି ମାର୍କେଟ ବିଲ୍ଡିଂର ଚୁଡି ଦୋକାନୀ ସନି କୁମା ଏବଂ ରବି ସିଂ । ଦିଲ୍ଲୀର ରବି ଜଣେ ଟ୍ରାଭେଲ୍ସ ବ୍ୟବସାୟୀ। ଦିଲ୍ଲୀର ତୁର୍କମାନ ଗେଟରୁ କୋକେନ ଆଣି ଭୁବନେଶ୍ୱରରେ ପହଞ୍ଚାଉଥିଲା ବୋଲି ସୂଚନା ରହିଛି । ତେବେ ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ରିମାଣ୍ଡ ବେଳେ ଅନେକ କିଛି ଘଟଣା ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି । ସବୁଠୁ ବଡ କଥା ହେଲା ସନି ଏବଂ ରବି ପରସ୍ପରକୁ କେମିତି ଜାଣିଲେ ? ନା ଏମାନେ କେବଳ କୋକେନକୁ ଠିକଣାସ୍ଥଳରେ ପହଞ୍ଚାନ୍ତି ଆଉ ଏମାନଙ୍କ ଉପରେ କେହି ଜଣେ ରିଙ୍ଗ ମାଷ୍ଟର ରହିଛି ।

ଦୁଇ ଦିନ ତଳେ ଭୁବନେଶ୍ୱରର ଜାଭିୟର ଛକରେ କୋକେନ ଡିଲ ହେଉଥିବା ବେଳେ ଏସଟିଏଫ୍ ଜବତ କରିଥିଲା। ଯାହାର ବଜାର‌ ମୂଲ୍ୟ ୫୦ଲକ୍ଷ ଟଙ୍କା । ରାଜଧାନୀରେ ପ୍ରଥମ ଥର ପାଇଁ କୋକେନ ଭଳି ନିଶା ଜବତ ହେବା ପରେ ଏବେ ସ୍କାନରରେ ଅନେକ ବଡ ବଡ ହୋଟେଲ ପାଖରୁ ଆରମ୍ଭ କରି ବଡ ବଡ ଇଭେଣ୍ଟ ଆୟୋଜକ ।

ଆଗକୁ ହକି ବିଶ୍ୱକପ ରହିଛି । ଏହି ସମୟରେ ବିଦେଶୀ ଖେଳାଳିଙ୍କ ସାଙ୍ଗକୁ ପର୍ଯ୍ୟଟକଙ୍କ ଗହଳି ଜମିବ। ବିଦେଶୀ ମଧ୍ୟ ହୋଟେଲେରେ ରହିବେ । ଏହା ପୂର୍ବରୁ ଭୁବନେଶ୍ୱରରେ କୋକେନ କାରବାରକୁ ବଢାଇବାକୁ ଅପରାଧୀ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି । ଜାଭିଅର ଛକ ପାଖରୁ ଯେଉଁ ଦୁଇ ଜଣ କୋକେନ କାରବାରରେ ଗିରଫ ହୋଇଛନ୍ତି ସେମାନେ ରାଜସ୍ଥାନର ବୋଲି ଜଣାପଡିଛି । ଏଥିସହ ତାଙ୍କ ପାଖରୁ ଦକ୍ଷିଣ ଆଫ୍ରିକାର କରେନ୍ସି ବା ମୁଦ୍ରା ମିଳିଛି । ତେଣୁ ଏହି ବେପାରୀଙ୍କ ଉପରେ ମୁଖ୍ୟ କାର୍ପେଟଦାର ଜଣେ ରହିଛି ବୋଲି ଏସଟିଏଫ ଜାଣିସାରିଛି । କିନ୍ତୁ ଯେଉଁ ସ୍ଥାନରୁ ଏହି କୋକେନ ଜବତ ହୋଇଛି ସେଠାରେ ବଡ ବଡ ଅନୁଷ୍ଠାନ ପାଖରୁ ଆରମ୍ଭ କରି ହୋଟେଲ ମଧ୍ୟ ରହିଛି । ତେଣୁ ଏହି ବ୍ୟୟବହୁଳ କୋକେନ କେବଳ ରାସ୍ତା ଘାଟରେ ବିକ୍ରି ହେଉଛି ନା ବଡ ବଡ ହୋଟେଲରେ ଚାଲିଛି ତାହା ଏବେ ସନ୍ଦେହ ଘେରରେ ।

ବିଶ୍ୱର ସବୁଠୁ ବ୍ୟୟ ବହୁଳ କୁହାଯାଉଥିବା ଏହି କୋକେନ ଆମେରିକା ,ୟୁରୋପ,ପେରୁ ,ବୋଲଭିଆ,କଲୋମ୍ବିଆ ଭଳି ଦେଶରେ ତିଆରି ହୁଏ। ଯାହାର ଚେର ଏବେ ଭୁବନେଶ୍ୱର ପର୍ଯନ୍ତ  ଲମ୍ବିଛି । ଏହି ଚେରକୁ ଖୋଜି ମୂଳ ଉତ୍ପାଟନ କରିବା କମିଶନରେଟ ପୋଲିସ,ଏକ୍ସାଇଜ,ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭଳି ଏଜେନ୍ସି ପାଇଁ  ଚ୍ୟାଲେଞ୍ଜ ହୋଇଛି ।

Leave A Reply

Your email address will not be published.