ନୂଆଦିଲ୍ଲୀ: ସେପ୍ଟେମ୍ବରରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ କ୍ରିକେଟ ସିରିଜରେ ପେଟିଏମ ବଦଳରେ ମାଷ୍ଟରକାର୍ଡ ହେବ ଟିମ ଇଣ୍ଡିଆର ଟାଇଟଲ ସ୍ପନଶର । ପେଟିଏମ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ତାର ରାଇଟ୍ସ ମାଷ୍ଟରକାର୍ଡକୁ ଦେବା ପାଇଁ ଅନୁରୋଧ କରିଥିଲା । ଯାହାକୁ ବିସିସିଆଇ ମାନିନେଇଛି । ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ପେଟିଏମ ଟାଇଟଲ ସ୍ପନଶର ବାବଦକୁ ବୋର୍ଡକୁ ପ୍ରତି ମ୍ୟାଚ ପିଛା ୩.୮୦ କୋଟି ଟଙ୍କା ଦେଇଥିଲା । ଏହା ପୂର୍ବରୁ ଏହାର ରେଟ ୨.୪ କୋଟି ଟଙ୍କା ଥିଲା । ଅପରପକ୍ଷରେ ଟିମ ଇଣ୍ଡିଆର ଜର୍ସି ପ୍ରାୟୋଜକ ବାୟଜୁସ ବୋର୍ଡ ଉପରେ ୮୬.୨୧ କୋଟି ଟଙ୍କା ବକେୟା ରଖିଛି । ଚଳିତ ବର୍ଷ ଏପ୍ରିଲରେ ଆଡଟେକ କମ୍ପାନୀ ବାୟଜୁସ ଓ ବିିସିସିଆଇ ୨୦୨୩ ଦିନିକିଆ ବିଶ୍ୱକପ ଶେଷ ପର୍ଯ୍ୟନ୍ତ ଏହି ଚୁକ୍ତିରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ବାୟଜୁସ ପ୍ରବକ୍ତାଙ୍କ ମତରେ ଏ ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇନି । ଆମେ କୌଣସି ରାଶି ବକେୟା ରଖି ନାହୁଁ ।
BREAKING NEWS
- ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- Hanuman Ansh: ୨୧ ବର୍ଷୀୟା ଯୁବତୀଙ୍କ କମାଲ! ପ୍ରଥମ ଫିଲ୍ମ…୧୦୦ କୋଟି ପାର୍!
- ଓଡ଼ିଶା ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଠାବ ଘଟଣା: କେଉଁଠୁ ଆସିଲେ ତଦନ୍ତ କରିବ WCCB
- Eiffel Tower: କାହଁକି ହଠାତ୍ ବନ୍ଦ ହେଲା ଆଇଫିଲ୍ ଟାୱାର? ମହିଳା କର୍ମଚାରୀଙ୍କୁ ନେଇ କ’ଣ ଥିଲା ପୂରା ବିବାଦ…
- ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍ ଠାବ
- ଦିଲ୍ଲୀ କୋଠା ଭୁଶୁଡିବା ଘଟଣା; ମାଲିକ ଓ ତାଙ୍କ ପତ୍ନୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ…
- PM Modi’s Programme: ପ୍ରଧାନମନ୍ତ୍ରୀଙ୍କୁ ଶୁଣିବା ପାଇଁ ଜବରଦସ୍ତ କ୍ରେଜ୍! ୧ ଘଣ୍ଟାରେ ସବୁ ସିଟ୍ ବୁକ୍, ୪୨ ହଜାରରୁ ଅଧିକ ୱେଟିଂ ଲିଷ୍ଟରେ
- ରାଜଧାନୀରେ ହୁତୁହୁତୁ ହୋଇ ଜଳିଲା କାର..
- ଆଇଫେଲ୍ ଟାୱାର ବନ୍ଦ: ଫ୍ରାନ୍ସରେ ହଙ୍ଗାମା
- OMVD କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

Comments are closed.