ବିଭିନ୍ନ ସମୟରେ ବିଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ଚର୍ଚ୍ଚିତ ହୁଏ । ପ୍ରତ୍ୟେକ କଥାରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ମନ୍ଦିର ପ୍ରଶାସନ ନାମକ ସଂସ୍ଥାକୁ ଏକ ସ୍ଥାଣୁ ସଂସ୍ଥା ଭାବରେ ଭାବିବାରେ କୌଣସି ପ୍ରକାରର ଭୁଲ୍ ନାହିଁ । ବିଶେଷ କରି ପର୍ବପର୍ବାଣୀରେ ଶ୍ରୀମନ୍ଦିରରୁ ଯେଉଁ ପ୍ରସାଦ ପରେ ଲୋକମାନେ ମହାପ୍ରସାଦ ଭାବରେ ସେଥିରୁ ମୁଠିଏ ଲେଖାଏଁ ପାଇବା ପାଇଁ ଶହ ଶହ ହଜାର ହଜାର କିଲୋମିଟର ଦୂରରୁ ଆସିଥାନ୍ତି । କିନ୍ତୁ ଏହି ଅବଢ଼ା କାହା ଇଚ୍ଛାରେ ବାହାରେ ବିକ୍ରି ହୁଏ, ସେ ବିଷୟରେ ମନ୍ଦିର ପ୍ରଶାସନ ମଧ୍ୟ କିଛି ଜାଣିନାହିଁ ।
ଗତ ସୋମବାର ଦିନ ସାବିତ୍ରୀ ଅମାବାସ୍ୟା ଅବସରରେ ଫଳର ଦାମ ଯାହା ନଥିଲା, ତା’ଠାରୁ ଅଧିକ ଥିଲା ମହାପ୍ରସାଦର ଦର । ଅବଢ଼ା ବିକ୍ରେତାମାନେ ତାଙ୍କ ମନଇଚ୍ଛା ସାଧାରଣ ଦର ଠାରୁ ତିନିଗୁଣା ଅଧିକା ଦର ଠକି ନେଲେ । ଏଥିରେ ଭକ୍ତମାନେ ଖାଲି ଶୋଷିତ ହେଉନାହାନ୍ତି; ବରଂ ସେମାନଙ୍କ ମନରେ ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ବିଭିନ୍ନ ପ୍ରଶ୍ନବାଚୀ ଉଠୁଛି । ଆଉ କିଛି ଲୋକ ତ ଯାବତୀୟ ଗଣ୍ଡଗୋଳ ଭିଆଇ ଦେବେ । ଅଭିଯୋଗ ଆସିଲେ ସେସବୁ ଗଣ୍ଡଗୋଳ ଠାରୁ ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କୁ ଅଲଗା କରିଦେବେ । ବର୍ତ୍ତମାନ ଯେମିତି ଅବଢ଼ାର ଦରବୃଦ୍ଧି ଘଟିଲା, ଭକ୍ତମାନଙ୍କ ଠାରୁ ମନଇଚ୍ଛା ପଇସା ଆଦାୟ କରାଗଲା ତାହା ଉପରେ ବିଭିନ୍ନ ପ୍ରଶ୍ନବାଚୀ ଉଠିଲା । ହେଲେ ଏତିକି ବେଳକୁ ଅବଢ଼ାର ଦରର କିମ୍ବା ଶ୍ରୀଜୀଉମାନଙ୍କର କିଛି ସମ୍ପର୍କ ନାହିଁ ବୋଲି କେତେଜଣ ମତ ଦେଲେଣି । ଯେତିକି ଭକ୍ତ ପ୍ରତିଦିନ ଶ୍ରୀମନ୍ଦିରକୁ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ଦଶ, ପନ୍ଦର ଶତାଂଶ ଭକ୍ତ କେବଳ ଏକ ତିକ୍ତ ଅନୁଭୂତି ନେଇ ଯାଉଛନ୍ତି । ଏ ପ୍ରକାରର ବିଶୃଙ୍ଖଳାକୁ ଶ୍ରୀମନ୍ଦିର ପ୍ରଶାସନ ନାମକ ଏକ ଅନ୍ଧ-ମୂକ-ବଧିର ସଂସ୍ଥା ନିୟନ୍ତ୍ରଣ କରିବାରେ ଅସମର୍ଥ । ସବୁତକ ବିଶୃଙ୍ଖଳା ଭିଆଇ ଅଭିଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି । “ଅଭିଯୋଗ ଆସିଲେ ତଦନ୍ତ କରାଯାଉଛି, ଦୋଷୀଙ୍କୁ ଦଣ୍ଡ ଦିଆଯିବ\’ ଏହି ରେକର୍ଡ୍ ହିଁ ଆମକୁ ଶୁଣାନ୍ତି । ଏଭଳି ରେକର୍ଡ୍ କାହିଁ କେତେ ଦଶନ୍ଧି ହେଲା ଭକ୍ତମାନେ ଶୁଣି ଶୁଣି ଆସୁଛନ୍ତି, ତାହାର ହିସାବ ନାହିଁ ।
କୋଡ଼ିଏ ବର୍ଷରୁ ଉର୍ଦ୍ଧ୍ୱ ହେଲେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶରେ ଦଳଚକଟା ନେଇ ଏକ ତଦନ୍ତ ବସିଲା, ଆଜିଯାଏଁ କିନ୍ତୁ ଫଳ ବାହାରିଲା ନାହିଁ । ବର୍ତ୍ତମାନ ତିନି, ଚାରି ଗୁଣା ପର୍ଯ୍ୟନ୍ତ ଅଧିକାରେ ପର୍ବପର୍ବାଣୀମାନଙ୍କରେ ବିକ୍ରି ହେଉଛି । ମଝିରେ ଦଲାଲ୍ମାନଙ୍କର ମଧ୍ୟ ଭୂମିକା ରହୁଛି । କିନ୍ତୁ ପ୍ରଶାସନ ନୀରବ । ସବୁଠାରୁ ଦୁଃଖର କଥା ହେଉଛି ଏସବୁ ଅଭିଯୋଗ ଆସିଲେ କେବଳ ବିଭିନ୍ନ ସେବାୟତ ଗୋଷ୍ଠୀ ପରସ୍ପରକୁ ଦୋଷ ଠେଲା ଠେଲି ହୋଇ ଏକ ନାଟକ କରନ୍ତି । ଦୋଷୀ କିଏ ଆଉ ବାହାରେ ନାହିଁ । ଏଭଳି ଏକ ଅବ୍ୟବସ୍ଥାକୁ ସଜାଡ଼ିପାରିଲା ଭଳି ମନ୍ଦିର ପ୍ରଶାସକ ଆଜି ଯାଏଁ ମିଳିଲେ ନାହିଁ । ଆହୁରି କୌତୂହଳର କଥା ଯେତେବି ସବୁ ଅଘଟଣ ଘଟୁଛି ତଦନ୍ତ ବି ହେଉଛି, ଆଜିଯାଏଁ କାହାରିକୁ ଦଣ୍ଡ ଦେବାର କେହି ଜାଣିନାହାନ୍ତି । ଶ୍ରୀମନ୍ଦିର ରୋଷଘରର ୪୦ରୁ ଅଧିକ ଚୁଲିକୁ ଜଣେ ଲୋକ ମାତ୍ର ଘଣ୍ଟେ ଦି’ ଘଣ୍ଟାରେ ଭାଙ୍ଗିଦେଲା । ଏଭଳି ଅସମ୍ଭବ କଥା ସବୁ ସମସ୍ତଙ୍କର ହଜମ୍ ହୋଇଗଲା । ଯେଉଁଠି ଦୈନିକ ୪୦ ହଜାର ଲୋକଙ୍କ ପାଇଁ ମହାପ୍ରସାଦ ରନ୍ଧା ହେଉଛି ଏବଂ ବିଶ୍ୱର ସର୍ବବୃହତ ରୋଷେଇ ଘର ବୋଲି ଦାବି କରାଯାଉଛି ସେଠାରେ କୌଣସି ପ୍ରକାରର ଅବ୍ୟବସ୍ଥାକୁ ପ୍ରଶୟ ଦିଆଯିବା ଉଚିତ୍ ନୁହେଁ ।
BREAKING NEWS
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
- Red Fort blast:NIAର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…
- MMDR ଆଇନ ଓଡ଼ିଶା ସ୍ୱାର୍ଥ ବିରୋଧୀ କହି ଗର୍ଜିଲା ବିଜେଡି, ବିଜେପି କହିଲା ବିଜେଡି ଭୟ ସୃଷ୍ଟି କରୁଛି
- ରୁଟ ସୃଷ୍ଟି କଲେ ନୂଆ ଇତିହାସ: ପଛରେ ପଡ଼ିଲେ ପଣ୍ଟିଂ, ୱ
- ଭୂତଳ ଚାମ୍ବରରୁ ଚାଲିଥିଲା କଫ୍ ସିରପ କାରବାର; ୮୧୩ ବୋତଲ ଜବତ, ମହିଳା ଗିରଫ
- ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି
- ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Comments are closed.