Latest Odisha News

BREAKING NEWS

ମହାଦେବ ଶିବଙ୍କୁ ବିବାହ ପାଇଁ ଚାଇନା ସୀମାରେ ଅପେକ୍ଷା କରିଛନ୍ତି ଯୁବତୀ

ପିଥୋରାଗଡ଼: ଉତ୍ତରପ୍ରଦେଶର ଜଣେ ମହିଳା ନିଜକୁ ପାର୍ବତୀଙ୍କ ଅବତାର କହି ଭାରତ-ଚାଇନା ସୀମାରେ ମହାଦେବ ଶିବଙ୍କୁ ବିବାହ କରିବାକୁ ଅପେକ୍ଷା କରିଛନ୍ତି । ଉତ୍ତରାଖଣ୍ଡର ନିଷିଦ୍ଧାଞ୍ଚଳ ନାଭିଢ଼ଙ୍ଗରେ ରହିଯାଇଛନ୍ତି ହରମିନ୍ଦର କୌର ।

ସେ ତାଙ୍କ ମା’ଙ୍କ ସହିତ ଏସଡିଏମ ଧରଚୁଲାଙ୍କ ଅନୁମତି ନେଇ ନାଭିଢ଼ଙ୍ଗ ଯାଇଥିଲେ । ହେଲେ ୧୫ ଦିନ ସରିବା ପରେ ଆଉ ଆସିବାକୁ ଆଉ ରାଜି ହୋଇନଥିଲେ । ମେ ୨୫ରେ ତାଙ୍କର ଅନୁମତି ସରିଥିଲା । ଏହାପରେ ତାଙ୍କୁ ସେଠାରୁ ଚାଲିଯିବାକୁ କୁହଯାଇଥିଲା । କିନ୍ତୁ ସେ ରାଜି ହୋଇନଥିଲେ ।

ନିଜ ଜିଦରେ ଅଟଳ ରହିବା ପରେ ତାଙ୍କୁ ସେଠାରୁ ଆଣିବା ପାଇଁ ଏକ ତିନି ଜଣିଆ ପୋଲିସ ଟିମ୍ ଯାଇଥିଲା । କିନ୍ତୁ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ହରମିନ୍ଦରଙ୍କୁ ବୁଝାଶୁଝା କରିବା ବେଳେ ସେ ପୋଲିସ ମାନଙ୍କୁ ଧମକେଇଥିଲେ । ଯଦି ସେମାନେ ତାଙ୍କୁ ଫେରିବାକୁ ବାଧ୍ୟ କରିବେ ତାହେଲେ ସେ ତଳକୁ ଡେଇ ଆତ୍ମହତ୍ୟା କରିଦେବେ ।

ଏବେ ସେହି ମହିଳାଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଏକ ୧୨ ଜଣିଆ ଟିମ୍ ଗଠନ କରି ପୁଣି ପଠାଯିବ ବୋଲି ଧନଚୁଲା ଏସପି କହିଛନ୍ତି । ଯଦି ଏଥର ବି ରାଜି ନ ହୁଅନ୍ତି ତାହେଲେ ତାଙ୍କୁ ଜବରଦସ୍ତି ଅଣାଯିବ ।

Leave A Reply

Your email address will not be published.