ଜାମସେଦପୁର: ଯୁବ କ୍ରିକେଟର ଈଶାନ କିଶାନ, ବିରାଟ ସିଂ ଓ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ମୋନୁ ସିଂ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାରଙ୍କୁ ନେଇ ରାଜନୀତି ମହଲରେ ବେଶ ଆଲୋଚନା ହେଉଛି । ଏପରିକି ଏମାନେ ବିଜେପିରେ ଯୋଗ ଦେବେ ବୋଲି କେତେକ ରିପୋର୍ଟ ପ୍ରକାଶ ପାଇଛି । ରଘୁବର ଏହି ୩ଜଣ ଖେଳାଳିଙ୍କୁ ସେମାନଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ ଈଶାନଙ୍କ ବାପା ପୂର୍ବରୁ ରାଜନୀତିରେ ସକ୍ରିୟ ଅଛନ୍ତି । ଈଶାନଙ୍କ ମଧ୍ୟ ଏଥିନେଇ ଆଗ୍ରହୀ ଥିବା ଜଣାପଡିଛି ।
ଓଡିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସ ୨୦୨୫ରେ ପୂନର୍ବାର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ୧୯୮୦ରେ ସଦସ୍ୟତା ନେଇଥିଲେ । ସେ ଏବେ ଝାରଖଣ୍ଡ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି । ତାଙ୍କ ଟିମରେ ଏହି କ୍ରିକେଟରଙ୍କୁ ଗୁରୁ ଦାୟିତ୍ୱ ମିିଳିବା ନେଇ ମଧ୍ୟ ଆଲୋଚନା ହେଉଛି । ତେବେ ଏ ସମ୍ପର୍କରେ ରଘୁବର କିମ୍ବା କ୍ରିକେଟରମାନଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ରଘୁବରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାର୍ଟି ପକ୍ଷରୁ ପ୍ରଦାନ କରାଯିବା ସମ୍ଭାବନା ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି ।
Comments are closed.