Latest Odisha News

BREAKING NEWS

ଭକ୍ତଙ୍କ ଲାଗି ଖୋଲିଲା ଇସ୍କନ ମନ୍ଦିର

ଭୁବନେଶ୍ୱର: ଦୀର୍ଘ ୯ ମାସ ପରେ ନୟାପଲ୍ଲୀର ଇସ୍କନ ମନ୍ଦିର ଶନିବାର ଦିନ ଭକ୍ତଙ୍କ ପାଇଁ ଖୋଲିଛି। ଯାହା କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିଲା।

କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବା ସହ ଚାରିଟି ପର୍ଯ୍ୟାୟରେ ଦର୍ଶନ ହେବ ବୋଲି ମନ୍ଦିରର ସହ-ସଭାପତି ଉପେନ୍ଦ୍ର ମିଶ୍ର ଦାସ ସୂଚନା ଦେଇଛନ୍ତି।

ଜାଣନ୍ତୁ ଦର୍ଶନର ସମୟ…

ପ୍ରଥମ ପର୍ଯ୍ୟାୟରେ ସକାଳ ୯ଟା ୪୫ମି.ରୁ ୧୧ଟା ୧୫ମି. ପର‌୍ୟ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବ। ତତପରେ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ଟା ୧୫ମି.ରୁ ୫ଟା ୪୫ମି. ଯାଏଁ ଦର୍ଶନ ହେବ।

ସେହିପରି ରାତି ୭ଟାରୁ ୭ଟା ୪୫ମି. (ତୃତୀୟ ପର୍ଯ୍ୟାୟରେ) ଏବଂ ୮ଟା ୧୦ମି. ରୁ ୮ଟା ୨୫ମି. (ଚତୁର୍ଥ ପର୍ଯ୍ୟାୟରେ) ଯାଏଁ ଖୋଲାଯିବ।

Leave A Reply

Your email address will not be published.