Latest Odisha News

BREAKING NEWS

ଆଜି ‘ଜିଏସଏଟି-୭ଏ’ର ପରୀକ୍ଷଣ: ଶକ୍ତିଶାଳୀ ହେବ ବାୟୁସେନା

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ବୁଧବାର ଦିନ ଚଳିତ ବର୍ଷର ଅନ୍ତିମ ସାଟେଲାଇଟ୍ ଭାବେ ଜିଏସଏଟି-୭ଏକୁ ଉତକ୍ଷେପଣ କରାଯାଉଛି ।

ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ ପରୀକ୍ଷା କେନ୍ଦ୍ର ଜିଓ ସିକ୍ରୋନୋସ ଲଞ୍ଚ ଭେହକିଲ୍ ଜିଏସଏଲଭି-ଏଫ୍୧୧ ରକେଟ୍ ମାଧ୍ୟମରେ ଏହି ‘କମ୍ୟୁନିକେସନ ସାଟେଲାଇଟ୍ ଜିଏସଏଟି-୭’କୁ ମହାକାଶକୁ ପ୍ରେରଣ କରାଯିବ ।

ଅନ୍ୟପକ୍ଷରେ ଏହି ସାଟେଲାଇଟର ଜୀବନ କାଳ ୮ ବର୍ଷ ହୋଇଥିବା ବେଳେ ଆଜି ଅପରାହ୍ନ ୪ଟା ୧୦ ମିନିଟରେ ସାଟେଲାଇଟ୍ ଉତକ୍ଷେପଣ କରାଯିବ । ଗତକାଲିଠାରୁ ଏହାର କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଥିବା ବେଳେ ଜିଏସଏଲଭି-ଏଫ୍୧୧ ହେଉଛି ଇସ୍ରୋର ଫୋର୍ଥ ଜେନେରେସନ ଲଞ୍ଚ ଭେହକିଲ ।

ଏହି ସାଟେଲାଇଟକୁ ସ୍ୱତନ୍ତ୍ର ଭାବେ ଭାରତୀୟ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଏହା ବାୟୁସେନାର ବିଭିନ୍ନ ବିମାନଘାଟି, ରାଡାର ଷ୍ଟେସନ୍ ଏବଂ ଏୟାରବର୍ଣ୍ଣ ଆର୍ଲି ୱର୍ଣ୍ଣିଂ ସିଷ୍ଟମ ସହ ଯୋଗାଯୋଗ ରକ୍ଷା କରିବ । ଫଳରେ ବାୟୁସେନାର ଯୋଗାଯୋଗ କ୍ଷମତା ବୃଦ୍ଧି ତଥା ଯୁଦ୍ଧ ସମୟରେ ଏହା ବେଶ ସହାୟକ ହେବ ବୋଲି ଜଣାପଡିଛି ।

ଆହୁରି ମଧ୍ୟ ଲଢୁଆ ଡ୍ରୋନ୍ ପରିଚାଳନାରେ ମଧ୍ୟ ବେଶ ଉପଯୋଗୀ ହେବ।

Leave A Reply

Your email address will not be published.