Latest Odisha News

ରିଲିଜ୍ ହେଲା ‘ମଣିକର୍ଣ୍ଣିକା’ର ଅଫିସିଆଲ ଟ୍ରେଲର୍, ସୋସିଆଲ୍ ମିଡ଼ିଆରେ ହେଲା ଭାଇରାଲ୍

ମୁମ୍ବାଇ: କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ମଣିକର୍ଣ୍ଣିକା: ଦି କୁଇନ ଅଫ ଝାନସୀ’ର ଅଫିସିଆଲ୍ ଭିଡ଼ିଓ ଟ୍ରେଲର୍ ରିଲିଜ୍ ହୋଇଛି । ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀକୁ ନେଇ ଆଧାରିତ ଏହି ଫିଲ୍ମରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତ୍ ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

ରିଲିଜ୍ ହୋଇଥିବା ଏହି ଅଫିସିଆଲ ଟ୍ରେଲରଟି ୩ ମିନିଟ ୧୯ ସେକେଣ୍ଡ ସମୟର ଏବଂ କେବଳ କଙ୍ଗନାଙ୍କ ଅଭିନୟକୁ ଭିତ୍ତିକରି ସମସ୍ତ ଦୃଶ୍ୟ ଏଥିରେ ସ୍ଥାନ ପାଇଛି । ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ କଙ୍ଗନାଙ୍କ ଯୁଦ୍ଧ କୌଶଳକୁ ନିଖୁଣ ଭାବେ ପ୍ରଦର୍ଶନ କରିଥିବା ଏହି ଟ୍ରେଲରରେ ଦର୍ଶାଯାଇଛି ।

ବହୁ ବାଦ ପ୍ରତିବାଦ ଭିତରେ ‘ମଣିକର୍ଣ୍ଣିକା’ ଫିଲ୍ମଟି ନିର୍ମିତ ହୋଇଥିଲେ ମଧ୍ୟ ଖୁବ ଶିଘ୍ର ଏହା ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଥିବା ସୂଚନା ମିଳିଛି ।

ମଣିକର୍ଣ୍ଣିକା: ଦି କୁଇନ ଅଫ ଝାନସୀ’ର ଅଫିସିଆଲ୍ ଭିଡ଼ିଓ ଟ୍ରେଲର୍ ରିଲିଜ୍ ହେବା ପରେ ଏହା ସବୁ ସୋସିଆଲ ମିଡ଼ିଆରେ ଏକ ପ୍ରକାର ଭାଇରାଲ୍ ହୋଇଯାଇଛି । ସୋସିଆଲ ମିଡ଼ିଆର ହଜାର ହଜାର ପ୍ରଶଂସକ ଏହି ଟ୍ରେଲରକୁ ଭୁରି ଭୁରି ପ୍ରଶଂସା କରିବାକୁ ପଛେଇ ନାହାନ୍ତି ।

ଜୀ ଟେଲିଭିଜନରେ ପୂର୍ବରୁ ପ୍ରଦର୍ଶିତ ‘ପବିତ୍ର ରିସ୍ତା’ର ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ‘ମଣିକର୍ଣ୍ଣିକା’ ଫିଲ୍ମରେ ଝାଲକାରୀ ବାଈ ଭୂମିକାରେ ଅବତୀର୍ଣ୍ଣ ହୋଇ ନିଖୁଣ ଅଭିନୟ କରିଛନ୍ତି ।

ଅଙ୍କିତାଙ୍କ ଡ଼େବ୍ୟୁ ଫିଲ୍ମ ହେଉଛି ‘ମଣିକର୍ଣ୍ଣିକା’ । ତେଣୁ ଅଙ୍କିତାଙ୍କ ଫ୍ୟାନମାନେ ଅପେକ୍ଷା କରିଛନ୍ତି ଏହି ଫିଲ୍ମର ରିଲିଜକୁ ।

Leave A Reply

Your email address will not be published.