Latest Odisha News

BREAKING NEWS

ଡେ-ଜିରୋ କମ୍ପାନୀ ଗୁଡ଼ିକରେ ବଢ଼ୁଛି ଆଇଟିଇଆର୍ ଛାତ୍ରଛାତ୍ରୀଙ୍କ ଚାହିଦା

ଭୁବନେଶ୍ୱର: ଡେ-ଜିରୋ କମ୍ପାନୀଗୁଡ଼ିକ ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର ଛାତ୍ରଛାତ୍ରୀମାନଙ୍କୁ ଅଧିକ ଚାକିରୀର ସୁଯୋଗ ଦେଉଥିବା ଦେଖିବାକୁ ମିଳୁଛି । ଆଇଟିଇଆର୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ କରିବା ନିମନ୍ତେ ରହୁଥିବା ଆଗ୍ରହ ପାଇଁ ହିଁ ବର୍ତ୍ତମାନର ଡିଜିଟାଲାଇଜଡ ମାର୍କେଟ ପରିବେଶରେ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛି ।
ଜୁଲାଇ ୧୫ ତାରିଖରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଇନଫର୍ମାଟିକା, ମୁ-ସିଗ୍ମା, ଟେକ୍-ସିଷ୍ଟମ୍ସ, ରୋବର୍ଟ ବସ୍କ, କେପଜେମିନି (ଡିଜିଟାଲ୍ ପ୍ରୋଫାଇଲ୍), ନାଇନ୍ ଲିପ୍ସ ଏବଂ ଜେନିସିସ୍ ଭଳି କମ୍ପାନୀ କ୍ୟାମ୍ପସରୁ ଅନେକ କୃତୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପାଇଁ ଚୟନ କରିଛନ୍ତି ।


୨୦୨୦ ବ୍ୟାଚର ଉତମ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଡକ୍ଟ ଡେଭେଲପମେଣ୍ଟ ପ୍ରୋଫାଇଲରେ ଏହି କମ୍ପାନୀଗୁଡ଼ିକ କ୍ୟାରିୟର ସୁଯୋଗ ଦେଉଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା କମ୍ପାନୀଗୁଡ଼ିକ ୫୦ ପ୍ରତିଶତ ଅଧିକ ନିଯୁକ୍ତିର ସୁଯୋଗ ଦେବା ଘଟଣା ଏକ ସକାରାତ୍ମକ ସୂଚନା ବୋଲି ଆଇଟିଇଆର୍ର ଟ୍ରେନିଂ ଏବଂ ପ୍ଲେସ୍ମେଣ୍ଟ ମୁଖ୍ୟ ଡ. ସୁଜିତ୍ କୁମାର ଦାସ କହିଛନ୍ତି ।

ଏଥି ସହିତ ଚଳିତ ମାସ ଶେଷ ସୁଦ୍ଧା ଏହି କ୍ୟାମ୍ପସ୍ ଚୟନ ପ୍ରକ୍ରିୟା ଆହୁରି ଅଧିକ ଗତିଶୀଳ ହେବ ବୋଲି ସେ ସୂଚନା ଦେଇଛନ୍ତି ।

କମ୍ପାନୀଗୁଡ଼ିକ ମଧ୍ୟ ଆଇଟିଇଆର୍ ଛାତ୍ରଛାତ୍ରୀମାନଙ୍କ ପାରଦର୍ଶିତା ଏବଂ ବୁଦ୍ଧିମତାକୁ ଶ୍ରେୟ ଦେଇଛନ୍ତି ବୋଲି ଡ. ଦାସ କହିଛନ୍ତି ।

Leave A Reply

Your email address will not be published.