Latest Odisha News

BREAKING NEWS

ଓଡ଼ିଶାର କୋଇଲା ରୟାଲଟିରେ ସଂଶୋଧନ ଲାଗି ସଂସଦରେ ବିଜେଡ଼ି ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ଓଡ଼ିଶାର କୋଇଲା ରୟାଲଟି ୧୪% ରୁ ୨୦% କୁ ବୃଦ୍ଧି କରିବା ଲାଗି ସଂସଦରେ ବିଜେଡ଼ି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଦାବି କରିଛନ୍ତି ।

ପାର୍ଲ୍ଲାମେଣ୍ଟରେ ସ୍ୱତନ୍ତ୍ର ଭାବେ ଏହାର ଦୃଷ୍ଟି ଆକର୍ଷଣ କରି ଶ୍ରୀ ପାତ୍ର କେନ୍ଦ୍ରକୁ ଅବଗତ କରି କହିଛନ୍ତି, କୋଇଲା ରୟାଲଟିରେ ସଂଶୋଧନ ନକରି ସ୍ୱଚ୍ଛ ଶକ୍ତିର ଦର ବୃଦ୍ଧି କରାଯାଇଛି ଏବଂ ଓଡ଼ିଶା ଅଂଶ ଭାଗ ପ୍ରଦାନ ନକରି ୧୭, ୩୦୦ କୋଟି ଟଙ୍କା ସଂଗ୍ରହ କରାଯାଇଛି । କ୍ଲିନ ଏନାର୍ଜି ସେସ୍ ରେ ଓଡ଼ିଶା ଲାଗି ୬୦ ପ୍ରତିଶତ ସେୟାର୍ ଭାଗ ରଖିବାକୁ ସେ ଦାବି ଉପସ୍ଥାପନ କରିଥିଲେ ।

ସଂସଦରେ ବିଜେଡ଼ି ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ, ମହାନଦୀ କୋଲଫିଲ୍ଡସ ଲିଃ (ଏମସିଏଲ) ୬୧୬୩ କୋଟି ଟଙ୍କା ସେଣ୍ଟ୍ରାଲ୍ ଏକ୍ସଚେକରକୁ ପ୍ରଦାନ କରିଥିବା ବେଳେ ଅନୁମତି ବିହୀନ କୋଇଲା ଖନନ କରି ଭରଣା ସ୍ୱରୂପ ଓଡ଼ିଶାକୁ ୮୨୯୭. ୭୭ କୋଟି ପ୍ରଦାନ କରିଛି । ଏହି ସମସ୍ତ ଅର୍ଥ ଓଡ଼ିଶାର ଖଣି ଅଞ୍ଚଳର ପ୍ରଦୂଷଣ ରୋକିବା ଲାଗି ସେହିସବୁ ସ୍ଥାନମାନଙ୍କରେ ଉପଯୋଗ ହେଉଛି ।

Leave A Reply

Your email address will not be published.