Latest Odisha News

BREAKING NEWS

ଆୟାର, ପୃଥିବୀ ଶଙ୍କ ଚମତ୍କାର ବ୍ୟାଟିଂ: କୋଲକାତା ସମ୍ମୁଖରେ ୨୨୯ ରନର ବିଶାଳ ଲକ୍ଷ୍ୟ

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଆୟୋଜିତ ଦ୍ୱିତୀୟ ମ୍ୟାଚରେ ପୃଥିବୀ ଶ(୬୬), ଶ୍ରେୟାଶ ଆୟାର(୮୮ ନଟଆଉଟ) ଓ ଋଷଭ ପନ୍ତ(୩୮)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଦିଲ୍ଲୀ କ୍ୟାପିଟାଲ ୨୦ ଓଭରରେ ୪ ଉଇକେଟ ହରାଇ ୨୨୮ ରନ ସଂଗ୍ରହ କରିଛି । କୋଲକାତାକୁ ବିଜୟୀ ହେବା ନିର୍ଦ୍ଧାରିତ ଓଭରରେ ୨୨୯ ରନ ଆବଶ୍ୟକ । ଟସ୍ ଜିତି କୋଲକାତା ପ୍ରଥମେ ବ୍ୟାଟିଂ କରିବା ପାଇଁ ଦିଲ୍ଲୀକୁ ଆମନ୍ତ୍ରଣ କରିଥିଲା । ଦିଲ୍ଲୀର ଦୁଇ ଓପନର ଶ’ ଓ ଶିଖର ଧାୱନ ୫୬ ରନ ଯୋଗ କରିଥିଲେ ।

ଧାୱନ ୨୬ରନ କରି ଆଉଟ ହେବା ପରେ ଋଷଭ ଓ ଶ’ ଦ୍ୱିତୀୟ ଉଇକେଟରେ ୭୩ ରନ ଯୋଗ କରିଥିଲେ । ଦଳର ସ୍କୋର ୧୨୯ ହୋଇଥିବା ବେଳେ ଶ’ ୬୬ ରନ କରି ଏବଂ ୨୦୧ ସ୍କୋର ବେଳେ ପନ୍ତ ୩୮ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଶ୍ରେୟାଶ ୮୮ ରନ କରି ଅପରାଜିତ ରହିଥିଲେ । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଉଇକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.