Latest Odisha News

BREAKING NEWS

ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ବିବିସି ଡକ୍ୟୁମେଣ୍ଟାରୀ ଫିଲ୍ମ ମାମଲା

ନୂଆଦିଲ୍ଲୀ : ବର୍ତ୍ତମାନ ବିବାଦୀୟ ବିବିସିର ଡକ୍ୟୁମେଣ୍ଟ୍ରୀ ଫିଲ୍ମ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି  । ୨୦୦୨ ମସିହାରେ ଗୁଜୁରାଟରେ ହୋଇଥିବା ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ ଏହି ଡକ୍ୟୁମେଣ୍ଟାରୀଟି ଆଧାରିତ ହୋଇଛି । ଏହି ଫିଲ୍ମରେ ଅନେକ ବିବାଦୀୟ ପ୍ରସଙ୍ଗଥିବା ଦର୍ଶାଇଏହା  ଉପରେ ୟୁଟ୍ୟୁବରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର । ଯାହାଦ୍ବାରା ଏହି ଡକ୍ୟୁମେଣ୍ଟାରୀକୁ ଭାରତରେ ଆନୁଷ୍ଠାନିକ ଭାବେ ନିଷେଧ କରାଯାଇଥିଲା।  କେନ୍ଦ୍ରର ଏହି ନିଷେଧାଦେଶକୁ  ସୁପ୍ରିମକୋର୍ଟରେ  ଚାଲେଞ୍ଜ କରାଯାଇଥିଲା ।  ଏବେ ଏହି ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି।

ଏନେଇ  ସୋମବାର ଦିନ  ବରିଷ୍ଠ ଓକିଲ ଏମଏଲ ଶର୍ମା, ଚିଫ୍ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠରେ ଏକ ପିଟିସନ ଦାୟର କରିଥିଲେ । ଏହି ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ ସେ ପିଟିସନରେ ଅନୁରୋଧ କରିଥିଲେ । ଯାହାଦ୍ବାରା ଫେବୃୟାରୀ ୬ ତାରିଖିରେ ଏହି ମାମଲା ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ ଚନ୍ଦ୍ରଚୂଡ଼ ।

ବରିଷ୍ଠ ଓକିଲ ଏମଏଲ ଶର୍ମା ଦାୟର କରିଥିବା ପିଟିସନରେ କୁହାଯାଇଛି ଯେ, ବିବିସିର ଡକ୍ୟୁମେଣ୍ଟ୍ରୀ ଫିଲ୍ମ ଉପରେ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ରୋକ ଇଚ୍ଛାଧିନ ଏବଂ ଅସମ୍ୱିଧାନିକ ଅଟେ । ଏହା ବ୍ୟତୀତ ଗୁଜୁରାଟ ଦଙ୍ଗାର ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବା ପାଇଁ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି ବୋଲି ଶର୍ମାଙ୍କ ଦ୍ବାରା ଦାୟର ହୋଇଥିବା ପିଟିସନରେ କୁହାଯାଇଛି ।

 

Leave A Reply

Your email address will not be published.