Latest Odisha News

ରାଷ୍ଟ୍ରପତିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର, ଦେଲେ ଏହି ଉପହାର..

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଗୁରୁବାର ଦିନ ରାଷ୍ଟ୍ରପତି ଭବନକୁ ଯାଇ କ୍ରିକେଟ ଲିଜେଣ୍ଡ ସଚିନ ମହାମହିମଙ୍କ ସହ ଦେଖା କରିଛନ୍ତି ।

ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ଝିଅ ସାରା ତେନ୍ଦୁଲକରଙ୍କ ସହ ରାଷ୍ଟ୍ରପତି ଭବନକୁ ଯାଇଥିଲେ । ଏଥିସହ ସଚିନ ତେନ୍ଦୁଲକର ତାଙ୍କ ଅଟୋଗ୍ରାଫ ଥିବା ଟେଷ୍ଟ ଜର୍ସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉପହାର ଦେଇଛନ୍ତି ।

https://x.com/ANI/status/1887471614046183791

ଏହା ପରେ ରାଷ୍ଟ୍ରପତିଙ୍କ ସହ ସଚିନ ତେନ୍ଦୁଲକର, ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଏବଂ ଝିଅ ସାରା ତେନ୍ଦୁଲକରଙ୍କ ଫଟୋ ଉଠାଇଥିଲେ। ତେବେ ଏହି ଫଟୋ ଭିଡିଓ ଏବେ ସୋସିଆଲମିଡିଆରେ ଭାଇରାଲ ହେଉଛି ।

https://x.com/ANI/status/1887460242591732009

ପ୍ରାୟ ବାର ବର୍ଷ ପୂର୍ବେ ମାଷ୍ଟରବ୍ଲାଷ୍ଟର ଟେଷ୍ଟ ଫର୍ମାଟକୁ ବିଦାୟ ନେଇଥିଲେ । ୨୦୦ ଟେଷ୍ଟ ମ୍ୟାଚ୍ ବ୍ୟତୀତ ସଚିନ ତେନ୍ଦୁଲକର ୪୬୩ ଦିନିକିଆ ଏବଂ ୧ ଟି-୨୦ ମ୍ୟାଚରେ ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ଵ କରିଛନ୍ତି।

 

Comments are closed.