Latest Odisha News

BREAKING NEWS

ଖାକିର ମହାନତା: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କର୍ମଚାରୀ

ମାଲକାନଗିରି: ଜେଲ କର୍ମଚାରୀଙ୍କ ମହାନତା । କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ କନେଷ୍ଟବଳ । ମାନକାନଗିରି ଜିଲ୍ଲା ଉପଖଣ୍ଡ ଜେଲ କର୍ମଚାରୀଙ୍କ ଏଭଳି ମହତ କାମକୁ ଚାରିଆଡୁ ତାରିଫ ମିଳୁଛି । ଜେଲରେ ବିଚାରାଧୀନ କଏଦୀ ଦୁରୁଆ ଲାଚା ଗୁରୁତର ହୋଇଥିଲେ । ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଖବର ଦିଆଯାଇଥିଲେ ବି ପରିବାର ଲୋକ କେହି ଆସି ନଥିଲେ । ଦୁରୁଆଙ୍କୁ ତୁରନ୍ତ ରକ୍ତର ଆବଶ୍ୟକତା ଥିଲା । ପରିବାର ଲୋକ ନଆସିବାରୁ ଜେଲର ଦୁଇ ଜଣ କନେଷ୍ଟବଳ ରକ୍ତଦାନ କରିଥିଲେ । ସେମାନେ ହେଲେ ରବୀନ୍ଦ୍ର ଚୌଧୁରୀ ଓ ଅରୁଣ ପଣ୍ଡା । ଦୁଇ କନେଷ୍ଟବଳଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି । ଏବେ ଏବେ ଦୁରୁଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।

Leave A Reply

Your email address will not be published.