Latest Odisha News

ଆଉ କିଛି ଚାଲ ବାକି ଅଛି କହିଲେ ଜୟରାମ

ନୂଆଦିଲ୍ଲୀ: ଅମେଠୀ ଓ ରାୟବରେଲୀ ଦୁଇ ପ୍ରୋଫାଇଲ ସିଟ ଉପରୁ ଉଠିଛି ସସ୍ପେନ୍ସ । ଅମେଠୀରୁ କେଏଲ ଶର୍ମା ଓ ରାୟବରେଲୀରୁ ରାହୁଲ ଗାନ୍ଧୀ କଂଗ୍ରେସ ପ୍ରାର୍ଥୀ ହେବେ । ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଟିକେଟ ନ ନେଇ ପୂନର୍ବାର କଂଗ୍ରେସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ପାର୍ଟିର ତୁଙ୍ଗ ନେତା ଜୟରାମ ରମେଶଙ୍କ ଟୁଇଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେ ଲେଖିଛନ୍ତି ଏହା ଏକ ବଡ ନିର୍ବାଚନ, ଆଉ କିଛି ଚାଲ ଏବେ ବି ଖେଳିବା ବାକି ଅଛି.. ଅପେକ୍ଷା କରନ୍ତୁ । ତାଙ୍କର ଏହି ଟୁଇଟ ପରାକ୍ଷରେ ପ୍ରିୟଙ୍କାଙ୍କୁ ନିର୍ବାଚନ ଲଢ଼ିବା ନେଇ ଈଶାରା ପ୍ରଦାନ କରୁଛି ବୋଲି ଅନୁମାନ କରାଯାଇଛି ।

ସେ ଦଳର ଷ୍ଟାର ପ୍ରଚାରକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ଅଭିଯାନକୁ ଭିନ୍ନ ସ୍ତରକୁ ନେଇ ଯାଇଛନ୍ତି । ସେ ପରିବାର, ଇନ୍ଦିରା ଓ ରାଜୀବ ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି । ଏହାର ଜବାବ ଦେବା ପାଇଁ ପ୍ରିୟଙ୍କା ସକ୍ଷମ ବୋଲି ଜୟରାମ କହିଛନ୍ତି । କଂଗ୍ରେସ ପାର୍ଟିର ସମସ୍ତେ ସେ ନିର୍ବାଚନ ଲଢ଼ନ୍ତୁ ବୋଲି ଚାହାନ୍ତି । ପ୍ରିୟଙ୍କା ମଧ୍ୟ ରାଜନୀତିକୁ ଭଲ ଭାବେ ବୁଝନ୍ତି । ଯଦି ଆବଶ୍ୟକ ପଡିବ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପଛାଇବେ ନାହିଁ । ଆପଣମାନେ ଆଉ କିଛି ଦିନ ଅପେକ୍ଷା କରନ୍ତୁ ସବୁ କିଛି ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.