Latest Odisha News

BREAKING NEWS

୨୦୨୩ରେ କଶ୍ମୀରରେ ହେବ G-20 ବୖଠକ

ନୂଆଦିଲ୍ଲୀ: ଭାରତ G-20 ସମୂହର ଅଧ୍ୟକ୍ଷତା  କରିବ । ଡିସେମ୍ବର ୧ରେ ଔପଚାରିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବ ଭାରତ । ଗୋଟିଏ ବର୍ଷ ପାଇଁ   ଭାରତ  G-20ର ଅଧ୍ୟକ୍ଷ ହେବ । ଏହି ପରିପ୍ରେକ୍ଷୀରେ ଦେଶର ୫୫ଟି ଭିନ୍ନ ଭିନ୍ନ ସ୍ଥାନରେ ସଂଗଠନର ୨୦୦ରୁ ଅଧିକ ବୖଠକ ଆୟୋଜନ କରିବ ।  କାଶ୍ମୀରରେ ବି G-20 ବୈଠକର ଆୟୋଜନ କରାଯିବ ।

ପ୍ରଥମ ଥର ପାଇଁ ଗୋଟିଏ ଆୟୋଜକ ଦେଶ ୫୦ରୁ ଅଧିକ ସହରରେ ବୖଠକ କରିବେ । ଏହା ପୂର୍ବରୁ ଚୀନ ୧୪ ଏବଂ ଇଣ୍ଡୋନେସିଆ ୨୦ରୁ ଅଧିକ ସହରରେ G-20 ବୈଠକ ଆୟୋଜନ କରିଥିଲା । ସେତିକି ନୁହେଁ, ଏହା ବିଗତ ୭୫ ବର୍ଷ ମଧ୍ୟରେ ଏହା ଭାରତର ସବୁଠାରୁ ବଡ ଆନ୍ତର୍ଜାତିକ ଆୟୋଜନ ହେବ । ଡିସେମ୍ବର ୧ରେ  ଭାରତ ପ୍ରଥମ G-20 ବୖଠକରର ଅଧ୍ୟକ୍ଷତା  କରିବ ।

G-20ରେ ଥିବା ଦେଶ ଗୁଡିକ ହେଲା ଆର୍ଜେଣ୍ଟିନା, ଅଷ୍ଟ୍ରଲିଆ, ବ୍ରାଜିଲ, କନାଡା, ଚୀନ, ଫ୍ରନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲି, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷ, ସଉଦୀ ଆାରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପିୟ ସଂଘ ।  ଚଳିତମାସରେ ଇଣ୍ଡୋନେସିଆା ଅଧ୍ୟକ୍ଷତାରେ ବାଲିରେ G-20ର ଶିଖର ସମ୍ମଳନୀ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ ।

Leave A Reply

Your email address will not be published.