Latest Odisha News

BREAKING NEWS

ଯାତ୍ରା କଳାକାର ପୀୟୁଷ ତ୍ରିପାଠି ଅସୁସ୍ଥ, ମଞ୍ଚ ଉପରେ ପଡ଼ିଗଲେ..

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ବାସୁପାଲି ଗାଁରେ ସିଂହବାହିନୀ ଦଳ ପକ୍ଷରୁ ବିଳମ୍ବିତ ରାତିରେ ନାଟକ ପରିବେଷଣ ସମୟରେ ଲୋକପ୍ରିୟ ଓଡ଼ିଆ ନାଟ୍ୟ ଅଭିନେତା ପୀୟୁଷ ତ୍ରିପାଠି ହଠାତ୍ ମଞ୍ଚ ଉପରେ ପଡ଼ିଯାଇଥିଲେ।

ସୂଚନା ଅନୁଯାୟୀ, ଘଟଣାଟି ପ୍ରାୟ ୩.୪୦ ସମୟରେ ଘଟିଥିଲା। ଆୟୋଜକ ଏବଂ ଦର୍ଶକମାନେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ସଙ୍ଗେ ସଙ୍ଗେ ଏକ ଘରୋଇ ଗାଡ଼ିରେ ନିକଟସ୍ଥ ବାରକୋଟସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଯାଇଥିଲେ। ଡିହାଇଡ୍ରେସନ ଯୋଗୁଁ ମୁଣ୍ଡ ବୁଲାଇବାରୁ ସେ ପଡ଼ିଯାଇଥିବା ନେଇ ଡାକ୍ତରମାନେ ପ୍ରକାଶ କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରକୋଟ ଡାକ ବଙ୍ଗଳାକୁ ସ୍ଥାନାନ୍ତରିତ କରାଯାଇଥିଲା।

Comments are closed.