Latest Odisha News

BREAKING NEWS

କାନପୁରରେ ବଡ଼ ବିମାନ ଦୁର୍ଘଟଣା: ତାଲିମପ୍ରାପ୍ତ ୨ ପାଇଲଟଙ୍କ ମୃତ୍ୟୁ

କାନପୁର: ଉତ୍ତର ପ୍ରଦେଶର କାନପୁରସ୍ଥିତ ଗଙ୍ଗା ନଦୀ ନିକଟସ୍ଥ ଏକ ବିଲରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଏକ ଘରୋଇ ଟ୍ବିନ୍-ଇଞ୍ଜିନ୍, ୪-ସିଟର ତାଲିମପ୍ରାପ୍ତ ବିମାନ ନିୟନ୍ତ୍ରଣ ହରାଇ ତଳେ ଖସିପଡ଼ିବା ଫଳରେ ଏଥିରେ ଥିବା ଇନଷ୍ଟ୍ରକ୍ଟର ପାଇଲଟ ଏବଂ ଟ୍ରେନି ପାଇଲଟ – ଦୁହିଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଏହି ବିମାନ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବେସାମରିକ ବିମାନ ଚଳାଚଳ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି। ଏହି ଦୁଃଖଦ ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକପ୍ରକାଶ କରିଛନ୍ତି।

Leave A Reply

Your email address will not be published.