Latest Odisha News

BREAKING NEWS

ଆଫଗାନିସ୍ତାନରେ ତାଲିବାନର ତାଣ୍ଡବ, ମନ୍ଦିର ଓ ଗୁରୁଦ୍ବାରରେ ଆଶ୍ରୟ ନେଇଛନ୍ତି ଭାରତୀୟ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ସ୍ଥିତି ବିଗୁଡୁଥିବା ବେଳେ ଚରମ ସୀମାରେ ପହଞ୍ଚିଛି ତାଲିବାନୀଙ୍କ ଅରାଜକତା । ଅନେକ ସ୍ଥାନରେ ହିଂସା ଭଳି ଘଟଣା ଘଟୁଥିବା ନଜରକୁ ଆସୁଛି । ପରିସ୍ଥିତି ଏପରି ହେଲାଣି ଯେ, ଜୀବନ ବଞ୍ଚାଇବା ପାଇଁ କୌଣସି ବି ପରିସ୍ଥିତିରେ ଦେଶ ଛାଡ଼ିବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି ଲୋକେ । ସେପଟେ ଆଫଗାନିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ୍‌ ପରିବାର ମଧ୍ୟ ନିଜ ଦେଶରେ ଅସୁରକ୍ଷିତ ମଣୁଥିବା ବେଳେ ମନ୍ଦିର ଓ ଗୁରୁଦ୍ବାରରେ ଆଶ୍ରୟ ନେଇଛନ୍ତି ।

ତାଲବାନୀଙ୍କ କ୍ରୁର ନଜରରୁ ବର୍ତ୍ତିବା ପାଇଁ କାବୁଲସ୍ଥିତ ଏକ ଗୁରୁଦ୍ବାରରେ ୩ ଶହରୁ ଅଧିକ ହିନ୍ଦୁ, ଶିଖ୍ ଲୋକ ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶର ଅନେକ ଲୋକ ଏବେ ବି ଆଫଗାନିସ୍ତାନରେ ଫସି ରହିଛନ୍ତି । କାବୁଲସ୍ଥିତ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ୧୮ ଜଣ ଭାରତୀୟ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି । ହେଲେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ପାସପୋର୍ଟ ରଖିଥିବାରୁ ସ୍ବେଦେଶ ଫେରିବାରେ ସମସ୍ୟା ଉପୁଜିଛି । ସେମାନଙ୍କୁ ଫେରିବାକୁ ଦିଆଯାଉନି । ତେଣୁ ଭାରତ ସରକାର ସେମାନଙ୍କୁ ଉଦ୍ଧାର କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.