Latest Odisha News

ଧାମନଗର ସିଟ ଆମର ଥିଲା ଆମର ରହିବ: ବିରୋଧୀ ଦଳ ନେତା

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଭାରତୀୟ ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ଅକ୍ଟୋବର ୭ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ ତାରିଖ ଘୋଷଣା ହୋଇଥିବା ବେଳେ ୧୭ରେ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରଖ ନିର୍ଦ୍ଧାରିତ ରହିଛି। ନଭେମ୍ବର ୬ରେ ହେବ ଭୋଟ ଗଣତି ହେବ।

ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହାପରେ ଧାମନଗର ଉପନିର୍ବାଚନକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହେବା ସହ ଧାମନଗର ପୁଣି ଥରେ ବିଜେପି ହାତକୁ ଯିବ ବୋଲି ଦୃଢୋକ୍ତି ପ୍ରକାଶ ପରିଛନ୍ତି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳନେତା କହିଛନ୍ତି ଯେ ଉପନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ରହିଛି ।

ଧାମନଗର ସିଟ୍ ଆମର ଥିଲା ବୁଥ ସ୍ତରରୁ ବିଜେପିର ସଂଗଠନ ମଜବୁତ ଅଛି ଏହି ସିଟ୍ ଆମର ରହିବ। ଧାମନଗର ଲୋକଙ୍କର ବିଷ୍ଣୁ ସେଠୀଙ୍କ ପ୍ରତି ଭଲ ପାଇବା ଯେତିକି ରହିଛି । ବିଜେପି ପ୍ରତି ବି ଭଲ ପାଇବା ସେତିକି ରହିଛି । ସେଇଟା ହିଁ ବଜାୟର କାରଣ ହେବ  ।

ଉପନିର୍ବାଚନ ପାଇଁ ଆମ ଦଳ ସବୁବେଳେ ପ୍ରସ୍ତୁତ । ସେମି ଫାଇନାଲ ଆମେ ଖେଳିବୁ ଫାଇନାଲ  ବି ଆମେ ଖେଳିବୁ ।ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପ୍ରସଙ୍ଗରେ ଏପରି କହିଛନ୍ତି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର  ।

Leave A Reply

Your email address will not be published.