Latest Odisha News

BREAKING NEWS

ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ

ଭୁବନେଶ୍ୱର: ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ହେଲେ ଜିଲ୍ଲାର ଦଳୀୟ ସଭାପତି ଜୟ ନାରାୟଣ ପଟ୍ଟନାୟକ । ପ୍ରଥମେ ସୁଚରିତା ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଥିଲା। ଏହାପରେ ସେ ନିର୍ବାଚନ ଖର୍ଚ୍ଚ ପାଇଁ ଫଣ୍ଡିଂରେ ଦଳ ସହଯୋଗ କରୁନଥିବା ଅଭିଯୋଗ ଆଣି ଟିକେଟ୍ ଫେରାଇ ଦେଇଥିଲେ। ଏହାପରେ ଦଳ ଜୟ ନାରାୟଣଙ୍କ ଉପରେ ମୋହର ମାରିଛି।

BjdElectrycity

ସୁଚରିତା ଟିକେଟ୍ ଫେରାଇ ଦେବା ପରେ ପ୍ରଭାରୀ ଅଜୟ କୁମାର ପ୍ରତିକ୍ରିୟା ରଖି ଦଳୀୟ ନେତାଙ୍କ ଅଭିଯୋଗକୁ ଖାରଜ କରିଥିଲେ। ସେ କହିଥିଲେ, ଏହି ଆସନ ପାଇଁ ଦଳ ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଯୋଜନା କରୁଥିଲା। ଏହାପୂର୍ବରୁ ପ୍ରାର୍ଥୀ ଜଣଙ୍କ ଟିକେଟ୍ କଟିବା ନେଇ ସୂଚନା ପାଇବା ପରେ ଫେରାଇ ଦେଇଛନ୍ତି। ହେଲେ ଫଣ୍ଡିଂକୁ ନେଇ ଯେଉଁ ଅଭିଯୋଗ ରହିଛି ସେଥିରେ କୌଣସି ସତ୍ୟତା ନାହିଁ।

Leave A Reply

Your email address will not be published.