Latest Odisha News

ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦ ସଭାପତିଙ୍କ ସହ ବିଭିନ୍ନ ଦଳର ବହୁ ନେତା

ବରଗଡ: ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରଗଡ଼ର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦର ସଭାପତି ନିଧୁ ବନ ବିହାରି ପ୍ରସାଦ ପଣ୍ଡା, ବିଜେପି ନେତା ହେମନ୍ତ ପୁରୋହିତ, ଆଇନଜୀବୀ ସୁଶୀଲ କୁମାର ଶତପଥୀଙ୍କ ସମେତ ବିଭିନ୍ନ ଦଳ ର ଶତାଧିକ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି ।

BjdElectrycity

ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବରିଷ୍ଠ ବିଜେଡି ନେତା ଅଚ୍ୟୁତାନନ୍ଦ ମହାପାତ୍ର, ପୌର ଅଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଧାୟକ ଦେବେଶ ଆଚାର୍ଯ୍ୟ ସମସ୍ତ ନେତା ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ଦଳକୁ ସ୍ବାଗତ ଜଣାଇଥିଲେ ।

ଏହି ଅବସରରେ ଆଜି ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ କହିଥିଲେ ।

Leave A Reply

Your email address will not be published.