Latest Odisha News

BREAKING NEWS

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ଆଜି ତଥା ରବିବାର ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାତି ସାଢେ ୯ ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ।ଭୁବନେଶ୍ୱରରେ ପହଞ୍ଚିବା ପରେ ମୋଦୀଙ୍କୁ ବିଜେପି ପକ୍ଷରୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାରେ ଯୋଗ ଦେବେ । ମୋଦୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

BjdElectrycity

ବିମାନ ବନ୍ଦରରୁ ରାଜଭବନ ପ୍ରର୍ଯ୍ୟନ୍ତ ପୋଲିସ ଛାଉଣି ରହିବେ । କେମିତି ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ କମିଶନରେଟ୍ ପୋଲିସ ତରଫରୁ କାରକେଡ ରିହରସଲ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରାତିରେ ରାଜଭବନରେ ରହିବାକୁ ଥିବାରୁ ପୂରା ଭୁବନେଶ୍ବରକୁ ନୋ ଡ୍ରୋନ୍ ଫ୍ଲାଇଁ ଜୋନ୍ ଘୋଷଣା କରାଯିବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ୩ଜଣ ଡିସିପି, ୧୦ଜଣ ଏସିପିଙ୍କ ସହ ୧୭ଜଣ ଆଇଆଇସି, ୯୦ଜଣ ଏସ୍‌ଆଇ/ଏଏସ୍‌ଆଇ, ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ପୁଣି ଆସନ୍ତା ସପ୍ତାହ ଅର୍ଥାତ୍ ଆଗାମୀ ୧୦ ଓ ୧୧ ତାରିଖରେ  ଭୁବନେଶ୍ବର ଆସୁଛନ୍ତି ମୋଦୀ । ମେ ୧୦ ରେ ଭୁବନେଶ୍ବରରେ ବିଶାଳ ରୋଡ ଶୋ କରିବେ ପ୍ରଧାନମନ୍ତ୍ରୀ । ଅପରପକ୍ଷେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଆଜି ଓଡ଼ିଶା ଆସିବେ । ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଛନ୍ତି ।

 

Leave A Reply

Your email address will not be published.