Latest Odisha News

BREAKING NEWS

ମହାପ୍ରଭୁ ଭେଙ୍କେଟେଶ୍ୱରକୁ ସଜାଇବା ପାଇଁ ଭକ୍ତ ଦାନ କଲେ ୩କୋଟି ଟଙ୍କାର ଅଳଙ୍କାର

ତିରୁମାଲା: ତିରୁମାଲା ଭେଙ୍କେଟେଶ୍ୱରଙ୍କୁ ସଜାଇବା ପାଇଁ ଜଣେ ଭକ୍ତ ୩କୋଟି ଟଙ୍କାର ଅଳଙ୍କାର (୫.୩ କିଲୋଗ୍ରାମ) ଦାନ କରିଛନ୍ତି । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି । ବ୍ୟକ୍ତିଜଣଙ୍କ ନିଜ ନାମ ଗୋପନ ରଖିବା ପାଇଁ ଅନୁରୋଧ କରିଛନ୍ତି । ଏହି ସୁନା ଅଳଙ୍କାରଗୁଡିକୁ ତିରୁମାଲା ତିରୁପତି ଦେବସ୍ଥାନମର ଅଧିକାରୀ ଭେଙ୍କେଟ ଧର୍ମା ରେଡ୍ଡୀଙ୍କୁ ଏହା ହସ୍ତାନ୍ତର କରିଛି ।

ଭକ୍ତ ଜଣଙ୍କ କରୋନା ସଂକ୍ରମିତ ହେବା ପରେ ସୁସ୍ଥ ହେବା ପାଇଁ ବାଲାଜୀ ମନ୍ଦିରରେ ମାନସିକ କରିଥିଲେ । ସେ ସୁସ୍ଥ ହେବା ସହ ତାଙ୍କ ବ୍ୟବସାୟ ଭଲ ଚାଲିଥିବାରୁ ସେ ଏହି ଅଳଙ୍କାର ପ୍ରଭୂଙ୍କ ପାଇଁ ଦାନ କରିଛନ୍ତି । ଭକ୍ତ ଜଣଙ୍କ ଜଣେ ଅଳଙ୍କାର ବ୍ୟବସାୟୀ ବୋଲି ଜଣାପଡିଛି ।

Leave A Reply

Your email address will not be published.