Latest Odisha News

ଚୀନ-ତାଇୱାନ ସ୍ଥିତି ଗମ୍ଭୀର, ଯୁଦ୍ଧ ହେବା ଆଶଙ୍କା !

ବେଜିଂ: ଚୀନର ପାଗଳାମୀ ଯୋଗୁ ପୁନର୍ବାର ଯୁଦ୍ଧଭରା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ତାଇୱାନ ସୀମାରେ ବାରମ୍ବାର ଯୁଦ୍ଧ ବିମାନ ପଠାଇ ଚୀନ ଉସୁକାଇବାରେ ଲାଗିଛି । ଆମେରିକା ଏ ନେଇ ମୁହଁ ଖୋଲିଛି । ଚୀନ ଯଦି ଦୁଃସାହସ କରେ ତାହାହେଲେ ଆମେ ତାଇୱାନ ସହିତ ରହିବୁ ବୋଲି ସ୍ପଷ୍ଟ କରିଛି । ଜୁନରେ ଜି୭ ନେତାମାନେ ତାଇୱାନ ସପକ୍ଷରେ ଯୁକ୍ତି ବାଢ଼ିବା ପରେ ଡ୍ରାଗନ ରାଗିଯାଇଛି । ଏହା ବ୍ୟତୀତ ଆମେରିକା, ଜାପାନ, ୟୁକେ, ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ ନୌସେନା ଏକତ୍ର ଅଭ୍ୟାସ କରି ଚୀନକୁ କଡା ଜବାବ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗୃହଯୁଦ୍ଧ ପରେ ଚୀନଠାରୁ ତାଇୱାନ ଅଲଗା ହୋଇ ଯାଇଥିଲା । ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ ତାଇୱାନ ସ୍ୱଶାସିତ ରାଜ୍ୟ ହୋଇଥିଲେ ମଧ୍ୟ ଚୀନ ଏବେ ବି ତାକୁ ତାର ଅବିଚ୍ଛେଦ ଅଙ୍ଗ ଭାବେ ବିବେଚନା କରୁଛି । ଯାହାକି ବିବାଦର ମୂଖ୍ୟ କାରଣ ବୋଲି ବିବେଚନା କରାଯାଉଛି ।

Leave A Reply

Your email address will not be published.