ନୂଆଦିଲ୍ଲୀ: ଗାଡ଼ି ପାର୍କିଂକୁ ନେଇ ମାରପିଟ୍, ବୈଜ୍ଞାନିକଙ୍କ ମୃତ୍ୟୁ। ପଞ୍ଜାବ ମୋହାଲିର ସେକ୍ଟର ୬୭ରେ ଏମିତି ଅଭାବନୀୟ ଘଟଣା ଘଟିଛି। ମୃତ ବୈଜ୍ଞାନିକଙ୍କ ନାମ ଡକ୍ଟର ଅଭିଷେଖ ସ୍ବର୍ଣ୍ଣକାର ଏବଂ ତାଙ୍କ ଘର ଜାଡ଼ଖଣ୍ଡ ଧାନବାଦରେ । ମୋହାଲି ସ୍ଥିତ Indian Institute of Science Education and Researchରେ ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଭାବେ କାମ କରୁଥିଲେ ୩୯ ବର୍ଷୀୟ ଅଭିଷେକ ।
ପଡ଼ୋଶୀ ମଣ୍ଟି ନାମକ ଜଣେ ଯୁବକଙ୍କ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି । ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିର ଉତକ୍ଷିପ୍ତ ହୋଇ ମଣ୍ଟି, ଅଭିଷେକଙ୍କୁ ପ୍ରଥମେ ଗୋଟେ ଧକ୍କା ପକାଇଥିଲେ । ସେ ତଳେ ପଡ଼ିଯିବା ପରେ ମଣ୍ଟି ତାଙ୍କୁ ମୁଥ ପରେ ମୁଥ ମାରି ଚାଲିଥିଲେ । ଉଭୟ ପରିବାର ଉଭୟଙ୍କୁ ଅଲଗା କରିବାକୁ ଚାହିଁଥିଲେ । କିନ୍ତୁ ତାରି ଭିତରେ ଅଭିଷେକଙ୍କୁ ଧକ୍କା ଓ ମୁଥ ମାରି ଦେଇଥିଲେ ମଣ୍ଟି ।
ଅଭିଷେକଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା । ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଆଇଜର୍ରେ ଜାମ କରିବା ପୂର୍ବରୁ ସ୍ବିଜରଲାଣ୍ଡରେ କାମ କରୁଥିଲେ ଡକ୍ଚର ଅଭିଷେକ ସ୍ବର୍ଣ୍ଣକାର । ନିକଟରେ ତାଙ୍କର ଗୋଟେ କିଡ୍ନୀ ପ୍ରତିରୋପଣ ହୋଇଥିଲା ।
Comments are closed.