Latest Odisha News

ମୋଦି ବସିଥିଲେ, ଚାଲି ଚାଲି ଆସି ଆଲିଙ୍ଗନ କଲେ ବାଇଡେନ୍

ନୂଆଦିଲ୍ଲୀ: ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବୈଠକରେ ସାମିଲ୍ ହୋଇଛନ୍ତି । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଯୋଗ ଦେଇଛନ୍ତି । ଆଉ ବୈଠକରେ ପିଏମ୍ ମୋଦି ଓ ବାଇଡେନଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଛି । ମୋଦି ବସିଥିବା ବେଳେ ବାଇଡେନ୍ ତାଙ୍କ ପାଖକୁ ଚାଲି ଚାଲି ଯାଇ ଆଲିଙ୍ଗନ କରିଛନ୍ତି ।

ଯଦିଓ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ମାତ୍ର କିଛି କ୍ଷଣର ଥିଲା ତଥାପି ମିଳନ ବେଳର ଦୃଶ୍ୟ ଉଭୟଙ୍କ ମଧ୍ୟରେ ଥିବା ଆତ୍ମୀୟତା ବଖାଣୁ ଥିଲା । ମୋଦିଙ୍କୁ ବାଇଡେନ୍ ଏଭଳି ଆଲିଙ୍ଗନ କରି ଭାରତ ଓ ଆମେରିକାର ସମ୍ପର୍କ ନେଇ ସନ୍ଦେଶ ଦେଇଥିବା ବେଳେ ଏହା ଚୀନ ପାଇଁ ଚିନ୍ତାଜନକ ହୋଇପାରେ ।

Joe Biden Hugs Narendra Modi Attend G7 Summit Hiroshima

ଜି-୭ ବୈଠକରେ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, କାନାଡ଼ା ଓ ଇଟାଲୀ ସହ ୟୁରୋପୀୟ ସଂଘର ପ୍ରତିନିଧି ସାମିଲ୍ ହୋଇଛନ୍ତି । ବୈଠକରେ ସୁରକ୍ଷା, ପରମାଣୁ ନିରସ୍ତ୍ରୀକରଣ, ଆର୍ଥିକ ସୁରକ୍ଷା, ଆଞ୍ଚଳିକ ସମସ୍ୟା, ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସହ ବିକାଶ ଉପରେ ଆଲୋଚନା ହେବ ବୋଲି ବିଦେଶ ସଚିବ ବିନୟ ସୂଚନା ଦେଇଛନ୍ତି ।

ଜି-୭ ବୈଠକରେ ଭାଗ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅହିଂସାର ବିଚାରକୁ ଆଗକୁ ନେବ ।

Leave A Reply

Your email address will not be published.