Latest Odisha News

BREAKING NEWS

ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ପୁଟିନ୍ ଥଟ୍ଟା କରୁ ନଥିବା କହିଲେ ବାଇଡେନ୍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ପରେ ପ୍ରଥମଥର ବିଶ୍ୱ ପରମାଣୁ ଯୁଦ୍ଧର ଦ୍ୱାର ଦେଶରେ ଛିଡ଼ା ହୋଇଛି । ଆଉ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସ୍ଥଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନ୍ୟୁୟର୍କରେ ଡେମୋକ୍ରାଟିକ୍ ପାର୍ଟିର ଏକ କାର୍ଯ୍ୟକ୍ରମରେ କହିଛନ୍ତି ପରମାଣୁ ଆକ୍ରମଣ ନେଇ ପୁଟିନ୍ ମଜ୍ଜା କରୁ ନାହାଁନ୍ତି ।

ଜୋ ବାଇଡେନ୍ କହିଛନ୍ତି, ୟୁକ୍ରେନ୍ ଉପରେ ଆକ୍ରମଣକୁ ଆହୁରି ଜୋରଦାର୍ କରିବାକୁ ପୁଟିନ୍ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ପାରନ୍ତି । କ୍ୟୁବା ମିସାଇଲ୍ ସଂକଟ ପରେ ପ୍ରଥମଥର ପରମାଣୁ ଅସ୍ତ୍ର ପ୍ରୟୋଗର ବିପଦ ଘନଉଛି । ଏବେ ଋଷ ପାଖରେ ୟୁକ୍ରେନକୁ ନେଇ ସ୍ୱଳ୍ପ ବିକଳ୍ପ ରହିଛି । ପୁଟିନ୍ ଦେଇଥିବା ଧମକ ଅନୁସାରେ, ଯଦି ୟୁକ୍ରେନରେ ଛୋଟ ଛୋଟ ପରମାଣୁ ଅସ୍ତ୍ର ପକାଥାଏ ତାହେଲେ ତାର ପ୍ରଭାବ ଦୀର୍ଘ ବର୍ଷ ଯାଏ ରହିବ ।

ଅନ୍ୟପଟେ ଋଷ କବଳରୁ ୟୁକ୍ରେନର ଦକ୍ଷିଣ ଖେରସେନର ୩ଟି ଗାଁକୁ ମୁକ୍ତ କରାଯାଇଥିବା ଜେଲେନସ୍କି ବୁଧବାର ଦାବି କରିଥିଲେ । ଏଥିସହ ଋଷ ସେନାକୁ ଦୃଢ଼ ଜବାବ ଦିଆ ଯାଉଥିବା କହିଥିଲେ ଜେଲେନସ୍କି । ଏହା ପୂର୍ବରୁ ପୁଟିନ୍ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରି ୟୁକ୍ରେନର ୪ଟି ପ୍ରଦେଶକୁ ଋଷରେ ମିଶାଇବା ଲାଗି ଆଇନରେ ଦସ୍ତଖତ କରିଥିଲେ ।

Leave A Reply

Your email address will not be published.