Latest Odisha News

BREAKING NEWS

ସାଧାରଣ ପାତ୍ରକୁ ଐତିହାସିକ ପାତ୍ର ଭାବି ୭୪ କୋଟି ଟଙ୍କାରେ କରାଗଲା ନିଲାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଥାରେ ଅଛି ଭାଦ୍ୟଦେବୀ ପ୍ରସନ୍ନ ହେଲେ ଘରେ ଧନ ଦଉଲତରେ ଭରି ଦିଅନ୍ତି । କେତେବେଳେ କେଉଁ ବାଟ ଫିଟିଯାଏ ତାହା କେହିଁ ଜାଣିନଥାନ୍ତି। ସାମାନ୍ୟ ଘରର କମ ମୂଲ୍ୟର ଏକ ପାତ୍ର ବିକ୍ରି କରିବାକୁ ଯାଇ ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ଏପରି ଏକ ଘଟଣା ଘଟିଛି ଫ୍ରାନ୍ସରେ। ଏଠାରେ ଜଣେ ବ୍ୟକ୍ତି ନିଜ ଜେଜେମା’ଙ୍କ ମୃତ୍ୟୁ ପରେ ପୁରୁଣା ଜିନିଷ ସବୁ ବିକ୍ରି କରିବାକୁ ବଜାର ପହଞ୍ଚିଥିଲେ। ସେଠାରେ ସେ ନିଜେ ଜାଣିନଥିଲେ ଯେ ଏକ ସାଧାରଣ ପାତ୍ର ୭୪ କୋଟି ଟଙ୍କାରେ ନିଲାମ ହେବ।

ଆଜିକାଲି ଲୋକେ ଐତିହାସିକ ଜିନିଷକୁ ନିଜ ଘରେ ରଖିବା ପାଇଁ ବହୁତ ପସନ୍ଦ କରନ୍ତି। ଅନେକ ଥର ଏପରି ମଧ୍ୟ ଘଟିଛି, ଇତିହାସ ସହିତ ଜଡିତ ଜିନିଷଗୁଡିକ ଯେତେବେଳେ ନିଲାମ କରାଯାଏ ସମସ୍ତେ ଏହାକୁ କିଣିବାକୁ ପହଞ୍ଚିଯାଆନ୍ତି। ନିଲାମ କରାଯାଉଥିବା ଜିନିଷକୁ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଏ ଏବଂ ଏହାର ମହତ୍ତ୍ୱ ଅଧିକ ଥାଏ। ଫ୍ରାନ୍ସର ଏକ ସହରରେ ଉକ୍ତ ବ୍ୟକ୍ତି ପାତ୍ରଟିକୁ ସାଧାରଣ ମୂଲ୍ୟରେ ବିକ୍ରି କରିବାକୁ ଚାହୁଁଥିଲେ। କିନ୍ତୁ ଏହି ପାତ୍ରଟି ଏପରି ସୂକ୍ଷ୍ମ ଖୋଦିତ ହୋଇଥିଲା ଯାହାକୁ ଦେଖି ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହା ଏକ ଚାଇନିଜ୍ ଫୁଲଦାନୀ ଥିଲା ଯାହାର ମୂଲ୍ୟ ବହୁତ କମ ଥିଲା। ବଜାରରେ ଉକ୍ତ ପାତ୍ରକୁ ଦେଖି କିଛି ଲୋକେ ଗୁଜବ କରିଥିଲେ। କିଛି ଲୋକେ କହିଲେ ଏହି ପାତ୍ରଟି ମଧ୍ୟକାଳୀନ ଯୁଗରୁ ଆସିଛି।

ସୁରେଇ ଭଳି ପାତ୍ରରେ ଡ୍ରାଗୋନ ଏବଂ ମେଘର ଚିତ୍ର ସୁନ୍ଦର ଭାବେ ଖୋଦିତ ହୋଇଛି। ଯେତେବେଳେ ଲୋକେ ଏହି ପାତ୍ରଟିକୁ ଦେଖିଲେ ସେତେବେଳେ ଲୋକେ ସତରେ ଏହା ଏକ ଐତିହାସିକ ପାତ୍ର ବୋଲି ଭାବି କିଣିବାକୁ ଆଗେଇ ଆସିଲେ। ତା’ ପରେ ଏହାର ନିଲାମ ଆରମ୍ଭ ହେଲା। ନିଲାମ ହାଉସର ସଭାପତି ଜାନ-ପିଆରଙ୍କ ଅନୁଯାୟୀ, ତିନି ରୁ ଚାରି ଶହ ଲୋକ ଏହାକୁ ୧୮ ତମ ଶତାବ୍ଦୀର ବୋଲି ଭାବି ପାତ୍ର କିଣିବାକୁ ଚାହୁଁଥିଲେ।

ଏହି ନିଲାମ କାର୍ଯ୍ୟକ୍ରମରେ ପାତ୍ରଟି ଅସଲ ମୂଲ୍ୟଠାରୁ ହଜାରେ ଗୁଣ ଅଧିକ ଟଙ୍କାରେ ବିକ୍ରି ହେଲା। ଏଠାରେ କୌତୁହଳର ବିଷୟ ହେଉଛି ଯେ ଏହାକୁ କିଣିଥିବା ବ୍ୟକ୍ତି ମଧ୍ୟ ଚାଇନାର ବାସିନ୍ଦା ବୋଲି କୁହାଯାଏ। ଏହି ପାତ୍ରର ମୂଲ୍ୟ ୧.୫ ଲକ୍ଷ ଟଙ୍କା ସ୍ଥିର କରାଯାଇଥିଲା, କିନ୍ତୁ ଏହା ୭୪ କୋଟି ଟଙ୍କା ପର୍ଯ୍ୟନ୍ତ ନିଲାମି ଡାକ ପଡିଥିଲା। ଏହି ମୂଲ୍ୟରେ ଉକ୍ତ ଚାଇନଜ ବ୍ୟକ୍ତି ପାତ୍ରଟିକୁ କିଣିଛନ୍ତି।

Leave A Reply

Your email address will not be published.