Latest Odisha News

BREAKING NEWS

ପଠାନ ଫିଲ୍ମ ପାଇଁ ଜନ ଆବ୍ରାହମ ନେବେ ୨୦ କୋଟି!

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମରେ ଖଳନାୟକ ଭୂମିକା ତୁଲାଇବା ପାଇଁ ଜନ ଆବ୍ରାହମ ୨୦ କୋଟି ଟଙ୍କା ଦାବୀ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସିଦ୍ଧାର୍ଥ ଆନନ୍ଦଙ୍କ ହି ଫିଲ୍ମ ୟଶରାଶ ବ୍ୟାନରରେ ନିର୍ମିତ ହେଉଛି । ଜିରୋ ଫିଲ୍ମର ବିଫଳତା ପରେ ଶାହାରୁଖ ଏହି ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନ ଜିଣିବା ପାଇଁ ଚେଷ୍ଟା କରୁଛନ୍ତି ।

ଜନ ଆବ୍ରାହମ ଏବେ ସତ୍ୟମେବ ଜୟତେ-୨, ଏକ ଭିଲିଆନ-୨ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ପଠାନ ଫିଲ୍ମ ପାଇଁ ସେ ଲଗାତାର ୬୦ ଦିନର ସମୟ ଦେଇଛନ୍ତି । କ୍ୟାରିୟରର ସ୍ୱର୍ଣ୍ଣିମ କ୍ଷଣରେ ଥିବା ଜନ ଆବ୍ରାହମ ତାଙ୍କ ପ୍ରାଇସ ନେଇ କୌଣସି ବୁଝାମଣା କରିବାକୁ ଚାହୁଁ ନାହାନ୍ତି । ଖୁବ୍ ଶୀଘ୍ର ଶୁଟିଂ ପାଇଁ ସେ ପଠାନ ଟିମ ସହିତ ବିଦେଶ ଗସ୍ତରେ ଯିବେ ।

Leave A Reply

Your email address will not be published.