Latest Odisha News

BREAKING NEWS

ପଶୁ ବଳି ଦେଇ ଫ୍ୟାନ୍ସ ପାଳିଲେ ଜୁନିଅର ଏନଟିଆରଙ୍କ ଜନ୍ମଦିନ,ପୋଷ୍ଟରରେ ଲଗାଇଲେ ରକ୍ତ

ମୁମ୍ବାଇ:ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ନିକଟରେ ତାଙ୍କର ୪୦ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । କିନ୍ତୁ କିଛି ଫ୍ୟାନ୍ସ ପଶୁ ବଳି ଦେଇ ଏନିଟିଆରଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ଖବର ପାଇବା ପରେ ପୋଲିସ ୯ ଜଣ ଫ୍ୟାନ୍ସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏନଟିଆରଙ୍କ ଜନ୍ମଦିନ ପାଳନ କରିବାକୁ ଉକ୍ତ ୯ ଯୁବକ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ମାସିଲିପାଟନମ୍‌ର ଚେମିଙ୍ଗିରିପେଟାର ଶ୍ରୀକୃଷ୍ଣ ଫିଲ୍ମ ହଲ୍‌ରେ ପହଞ୍ଚିଥିଲେ । ସେଠାରେ ୨ ଛେଳିକୁ ମାରି ଏନଟିଆରଙ୍କ ବ୍ୟାନରରେ ରକ୍ତ ଲଗାଇଥିଲେ । ଏପରି କରୁଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ଖବର ପାଇବାରୁ ସେମାନେ ରକ୍ତ ଜୁଡୁବୁଡୁ ମାରାଣାସ୍ତ୍ର ସହିତ ଛେଳି ମୃତଦେହକୁ ନେଇ ସେଠାରୁ ଫେରାର ହୋଇଯାଇଥିଲେ । ପରେ ବିଜୟୱାଡାର ରୋବର୍ସନପେଟ ପୋଲିସ ଉକ୍ତ ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ସେହିପରି ଏନଟିଆରଙ୍କ ଜନ୍ମଦିନରେ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା । ତାଙ୍କର ୨୦ ବର୍ଷ ପୁରୁଣା ବ୍ଲକବଷ୍ଟର ଫିଲ୍ମ ‘ସିମହ୍ରାଦି’ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ଅଭିନେତାଙ୍କ ଏହି ପୁରୁଣା ଫିଲ୍ମ ଦେଖିବାକୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା । ଫିଲ୍ମ ଦେଖିବାବେଳେ ଫ୍ୟାନ୍ସମାନେ ହଲ୍‌ରେ ହୋହଲ୍ଲା କରିବା ସହ ବାଣ ଫୁଟାଇଥିଲେ । ଫଳରେ ହଲ୍‌ରେ ଅଗ୍ନିକାଣ୍ଡ ହୋଇଥିଲା ।

Leave A Reply

Your email address will not be published.