Latest Odisha News

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ପରିବେଶ ମନ୍ତ୍ରାଳୟର ଅନୁମତି

ଏହି ପ୍ରକଳ୍ପ ଷ୍ଟିଲ ଉତ୍ପାଦନ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହ୍ରାସ କରିବ

ଭୁବନେଶ୍ୱର: ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ ଜଟାଧାରୀ ମୁହାଣରେ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ସବୁଜ ସଂକେତ ମିଳିଲା। କେନ୍ଦ୍ର ସରକାରଙ୍କଜଂଗଲ ପରିବେଶ ଏବଂ ଜଳବାୟୁ ମନ୍ତ୍ରାଳୟ ଏହି ଅନୁମତି ଦେଇଛି। ଜଗତସିଂହପୁରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର କ୍ଷମତା ୫୨ ମେଟ୍ରିକଟନ୍ ରହିଛି।

ସ୍ଥାୟୀ ମଲ୍ଟି କାର୍ଗୋ କାପ୍ଟିଭ ଜେଟ୍ଟି ନିର୍ମାଣରେ ୨୧୦୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅନୁମତି ୨୦୧୯ରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଦ୍ୱାରା ହୋଇଥିବା ଜନଶୁଣାଣି ଆଧାରିତ। ଜଟାଧାରୀ ନଦୀର ଜଟାଧାରୀ ମୁହାଁଣରେ ତିଆରି ହେବ।

ଏହି ପ୍ରକଳ୍ପ ଷ୍ଟିଲ ଉତ୍ପାଦନ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହ୍ରାସ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ବିଭିନ୍ନ ଟିକସ ଏବଂ ଶୁଳ୍କଜରିଆରେ ଏହି ମେଗା ପ୍ରକଳ୍ପ ଉଭୟ ରାଜ୍ୟ କେନ୍ଦ୍ରର ରାଜସ୍ବ ବୃଦ୍ଧି କରିବ।

ଏହା ବ୍ୟତୀତ, ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ୭୨ ହଜାର ନିଯୁକ୍ତି ସୃଷ୍ଟି କରିବ ବୋଲି ଜେଏସଡବ୍ଲୁ ପକ୍ଷରୁ କୁହାଯାଇଛି।

ସ୍ଥାନୀୟ ବାସିନ୍ଦାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ସହ ମହିଳା ସଶକ୍ତୀକରଣ ପ୍ରମୁଖ ଲକ୍ଷ ରହିଛି ବୋଲି ମୁଖ୍ୟ ପରିଚାଳନା ଅଧିକାରୀ ରଂଜନନାୟକ କହିଛନ୍ତି।

୧୩. ମେଟ୍ରିକ ଟନ୍ ଅଶୋଧିତ ଆଇଏସପିରେ ୯୦୦ ମେଗାୱାଟ ବିଶିଷ୍ଟ କାପ୍ଟିଭ ପାୱାର ପ୍ଲାଣ୍ଟ ୧୦ ମେଟ୍ରିକ ଟନ୍ ସିମେଣ୍ଟ ମିକ୍ସିଂ ଏବଂ ଗ୍ରାଇଣ୍ଡିଂୟୁନିଟ ରହିବ। କେଉଁଝରରୁ ଆଇରନ ଓର୍ ସ୍ଲରି ପାଇପ ଲାଇନ ଦ୍ୱାରା ପ୍ଲାଣ୍ଟକୁ ଆସିବ।

ସଂପୂର୍ଣ୍ଣ ଜମି ରାଜ୍ୟ ସରକାର ଜେଏସଡବ୍ଲୁ କୁ ହସ୍ତାନ୍ତର କରିବା ପରେ ପର୍ଯ୍ୟାୟ କ୍ରମେ କାର୍ଯ୍ୟ ଆରମ୍ଭ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.