Latest Odisha News

BREAKING NEWS

ଦୀର୍ଘ ୪ ଘଣ୍ଟା ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀଛୁଆ

ଢେଙ୍କାନାଳ : ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ମହୁଲପୁଞ୍ଜି ଜଙ୍ଗଲରେ ଥିବା ଏକ କୂଅ ମଧ୍ୟରୁ ଏକ ହାତୀଛୁଆକୁ ବନବିଭାଗ କର୍ମଚାରୀମାନେ ଅକ୍ଳାନ୍ତ ଉଦ୍ୟମ କରି ଉଦ୍ଧାର କରିପାରିଛନ୍ତି ।

ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିବା ହାତୀଛୁଆଟିକୁ ପ୍ରାୟ ଛଅରୁ ସାତ ବର୍ଷ ହେବ । ବରୁଣା ପଞ୍ଚାୟତ ଅନ୍ତର୍ଗତ କମ।।କ୍ଷାନଗର ୱେଷ୍ଟ ଫରେଷ୍ଟ ରେଞ୍ଜର ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଏହି ହାତୀଛୁଆଟି ଦୂର୍ଭାଗ୍ୟ କ୍ରମେ ପଡ଼ିଯାଇଥିଲା ।

ତେବେ ନିକଟସ୍ଥ ଜାମୁଝର ଗାଁ’ର କେତେକ ବ୍ୟକ୍ତି ଏହା ଜାଣିପାରି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ତୁରନ୍ତ ବନବିଭାଗ କର୍ମଚାରୀମାନେ ହତୀଛୁଆଟିକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ଦୀର୍ଘ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ହାତୀଛୁଆଟିକୁ କୂଅ ମଧ୍ୟରୁ ଉଦ୍ଧାର କରିପାରିଥିଲେ ।

Leave A Reply

Your email address will not be published.