Latest Odisha News

BREAKING NEWS

ଗୀତ ଆକାରରେ ରାମଚରିତମାନସ ପାଠ କରି ବିଶ୍ୱରେକର୍ଡ କଲେ ଜଗଦୀଶ

ବାରାଣାସୀ: କାଶୀରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇ ଗୀତ ଆକାରରେ ରାମଚରିତ ମାନସ ପାଠ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୧୩୮ ଘଂଟାରେ ୧୫ ହଜାରରୁ ଅଧିକ ଚୌପାଇଗୁଡିକ ସଜାଇ ସେ ଦୁନିଆର ସବୁଠାରୁ ଲମ୍ବା ଗୀତ ତିଆରି କରିଥିଲେ । ଏହାକୁ ଗାନ କରିବା ପରେ ଏବେ ଏହା ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏହା ପୂର୍ବରୁ ଇଂଲଣ୍ଡର ମ୍ୟୁଜିକ ବ୍ୟାଣ୍ଡ ନାମରେ ଏହି ରେକର୍ଡ ରହିଥିଲା । ଏହି ଗ୍ରୁପ ୧୧୫ ଘଂଟା ୪୫ ମିନିଟର ସମୟ ନେଇଥିଲେ । ଆପଲ ମ୍ୟୁଜିକ, ସ୍ପୋଟିଫ, ଆମାଜନ ମ୍ୟୁଜିକ ଚ୍ୟାନେଲଗୁଡିକ ଏହି ଗୀତକୁ ୧୦୦ରୁ ଅଧିକ ପ୍ଲାଟଫର୍ମରେ ଏହାକୁ ପ୍ରସାରିତ କରିଛନ୍ତି ।

ଜଗଦୀଶଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଉତରପ୍ରଦେଶର ମନ୍ତ୍ରୀ ଦୀନା ଶଙ୍କର ମିଶ୍ର ବାରାଣାସରରେ ପଂହଚି ଏହି ଗୀତ ଶୁଣିଥିଲେ । ରାମଚରିତମାନସକୁ ନେଇ ବିଭିନ୍ନ ରାଜନୈତିକ ପାର୍ଟି ରାଜନୀତି କରୁଥିବା ବେଳେ ଜଗଦୀଶଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଉଛି । ଅବଶ୍ୟ କେତେଜଣ ତାଙ୍କର ଏହି ଉଦ୍ୟମକୁ ସମାଲୋଚନା କରିଛନ୍ତି । ଜଗଦୀଶ ଜଣେ ଲେଖକ ଏବଂ ଗବେଷକ ଅଟନ୍ତି । ସେ ପୂର୍ବରୁ ବିଭିନ୍ନ ଶୈଳୀର ଗୀତ ରଚନା କରି ରେକର୍ଡ କରିଛନ୍ତି ।

Leave A Reply

Your email address will not be published.