Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କମଳନାଥ

ଭୋପାଳ : ବରିଷ୍ଠ କଂଗ୍ରେସ ନେତା କମଳନାଥ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ।

ଆଜି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

କମଳନାଥ ପୂର୍ବରୁ ଛିନ୍ଦୱାଡା ସଂସଦୀୟ କ୍ଷେତ୍ରରୁ ୯ଥର ନିର୍ବାଚିତ ହୋଇଛନ୍ତି । ସେ ପ୍ରଥମେ ୧୯୭୯, ୧୯୮୪, ୧୯୯୦, ୧୯୯୧, ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ ମସିହାରେ ଲୋକସଭା ଆସନକୁ ନିର୍ବାଚିତ ହୋଇଥିଲେ ।

ଏହି ଶପଥଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ନ୍ୟାସନାଲ୍ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା, ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ୍, ଆରଜେଡି ନେତା ତେଜସ୍ୱୀ ଯାଦବ, ଏନସିପି ସୁପ୍ରିମୋ ଶରତ ପାୱାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଯୋଗ ଦେଇଥିଲେ।

ଆହୁରି ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ମଧ୍ୟ ସାମିଲ ରହିଥିଲେ ।

ଉଲ୍ଲେଖଯୋଗ୍ୟ ୨୩୦ଟି ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୬ ହୋଇଥିବା ବେଳେ ୧୧୪ଟି ଆସନ ହାତେଇଥିବା କଂଗ୍ରେସ ଦଳ ବିଏସ୍ପି ଏବଂ ସମାଜବାଦୀ ପାର୍ଟି ବିଧାୟକଙ୍କ ସମର୍ଥନରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢ଼ିବାରେ ସଫଳ ହୋଇଛି ।

Leave A Reply

Your email address will not be published.