Latest Odisha News

BREAKING NEWS

କଞ୍ଚା ଲଙ୍କା ସିନେମା ହଲ୍ : ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ, ରିଲିଜ ହେଲା ‘ଟି’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ । ଶୁଭାରମ୍ଭ ହେଲା କଞ୍ଚାଲଙ୍କା ସିନେମା ହଲ । ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍‌ରୁ ଆଉ ପାଦେ ଆଗେଇ ନିଜର ନୂଆ ଟିଭିଓଡି ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍‌’ ଶୁଭାରମ୍ଭ କରିଛି । ପ୍ରଥମ ଦିନରେ ରିଲିଜ ହୋଇଛି କିନ୍ନରଙ୍କ ଜୀବନ ସଂଘର୍ଷକୁ ନେଇ ନିର୍ମିତ ଫିଲ୍ମ ‘ଟି’ ।

BjdElectrycity

ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ପାରମ୍ପରିକ ସିନେମା ହଲ୍ ସହିତ କଞ୍ଚା ଲଙ୍କା ସିନେମା ହଲ୍‌’ ରେ ନିଜ ଫିଲ୍ମ ରିଲିଜ୍ କରିପାରିବେ । କେବଳ ଓଡ଼ିଶାରୁ ନୁହେଁ ଦେଶ ବିଦେଶରୁ ଦର୍ଶକ କଞ୍ଚା ଲଙ୍କାରେ ଶୋ ବୁକ୍ କରି ଓଡ଼ିଆ ସିନେମା ଦେଖିପାରିବେ । ଏଥିରୁ ଅର୍ଜିତ ଆୟରେ ‘କଞ୍ଚା ଲଙ୍କା’ ଓ ଫିଲ୍ମ ନିର୍ମାତା ସମାନ ଭାଗୀଦାର ରହିବେ । ସମସ୍ତ ବ୍ୟବସାୟ ସ୍ୱଚ୍ଛ ଢଙ୍ଗରେ ହେବ ଓ ନିର୍ମାତାମାନେ ୩ ଦିନ ଭିତରେ ନିଜର ଆୟ ପାଇପାରିବେ ବୋଲି ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ‘କଞ୍ଚା ଲଙ୍କା ସିନେମା ହଲ୍‌’ ର ଶୁଭାରମ୍ଭ କରି ଆମେ ବହୁତ ଖୁସି । ପାରମ୍ପରିକ ବିତରଣ ମଡେଲଗୁଡିକର ଅସୁବିଧା ତଥା ଥିଏଟର୍‌ର ଅଭାବ ଟି.ଭି.ଓ.ଡ଼ି. ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ‘କଞ୍ଚା ଲଙ୍କା’ର କୋ-ଫାଉଣ୍ଡର ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା କହିଛନ୍ତି ।

ଏହାର ପ୍ରଥମ ଦିନରେ ଫିଲ୍ମ ‘ଟି’ ପୁନଃ ପ୍ରସାରଣ କରାଯାଇଛି । କଞ୍ଚା ଲଙ୍କା ସିନେମା ହଲ୍ ମାଧ୍ୟମରେ ଏହି ଫିଲ୍ମ ବହୁ ଦର୍ଶକଙ୍କ ପାଖରେ ପହଁଚିପାରିବ । ଏହା ଏକ ସଫଳ ବ୍ୟବସାୟିକ ଚଳଚ୍ଚିତ୍ର ହେବ । ଓଡିଶାରେ ଏହି ମହତ୍ୱ୍ୱପୂର୍ଣ୍ଣ ଡିଜିଟାଲ୍ ମିଶନ୍ ରେ ଅଂଶ ଗ୍ରହଣ କରି ମୁଁ ବହୁତ ଖୁସି । ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାତା ଏହି ମିଶନରେ ଯୋଗଦେବେ । କେବଳ ଓଡିଶାର ସିନେମା ହଲ୍ ଅଭାବର ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନୁହେଁ ବରଂ ଆମକୁ ଓଡ଼ିଆ ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବାରେ ସାହାଯ୍ୟ କରିବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଜିତେଶ କୁମାର କହିିଛନ୍ତି । ।

କଞ୍ଚାଲଙ୍କା ସିନେମା ହଲରେ ଖୁବ୍‌ଶୀଘ୍ର ‘ଡେଲିଭରି ବଏ’ ରିଲିଜ୍ ହେବାକୁ ଯାଉଛି । ଏନେଇ ମୁଁ ବହୁତ ଖୁସି ଏବଂ ଏହା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରିବ ବୋଲି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.