Latest Odisha News

BREAKING NEWS

ଚର୍ଚ୍ଚାରେ ପୁଣି କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ୍‌ ଶର୍ମା ଶୋ’ର ହୋଷ୍ଟ୍ ତଥା କମେଡିକିଙ୍ଗ କପିଲ ଶର୍ମା କିଛି ନା କିଛି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । କେତେବେଳେ ବ୍ୟକ୍ତିଗତ କାରଣ ତ ଆଉ କେତେବେଳେ କାର୍ଯ୍ୟକ୍ଷେତ୍ରର ବିବାଦ କପିଲଙ୍କ ଚର୍ଚ୍ଚାର ବିଷୟ ସଜିଥାଏ।

ମାତ୍ର ଏହିଥର କପିଲଙ୍କ ଚର୍ଚ୍ଚାର କାରଣ ସାଜିଛି ତାଙ୍କ ଇନଷ୍ଟାଗ୍ରାମ। କପିଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ୍ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏ ଫଟୋ ଦୁଇଟି ତାଙ୍କ ନିଜର । ତା’ହେଲେ ଏ ଫଟୋରେ ଭିନ୍ନ କ’ଣ ଅଛି ଯାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣିଆଣିଲା? ଆସନ୍ତୁ ଜାଣିବା..

କପିଲ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଫୋଟୋରେ କ୍ଲିନ ସେଭ କରିଥିବା ଦେଖିବାକୁ ମିଳିଛି । ସେ ଦୀର୍ଘ ୨ବର୍ଷ ପରେ କ୍ଲିନ ସେଭ ହୋଇଥିବା ନିଜ କ୍ୟାପସନରେ ଲେଖିଛନ୍ତି । କପିଲ ଏହି ଫୋଟୋରେ ୨ବର୍ଷ ପୂର୍ବର କପିଲ ପରି ଲାଗୁଛନ୍ତି । କପିଲଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକ ମାନେ ପ୍ରଶଂସା କରିବା ସହ କପିଲ ୯୦ ଦଶକର ହିରୋ ଭଳି ଲାଗୁଥିବା ତାଙ୍କ ଫଟୋରେ କମେଣ୍ଟ ଦେଇଛନ୍ତି ।

 

Leave A Reply

Your email address will not be published.