Latest Odisha News

ଶୋ’ ଅଫ୍‌ ଏୟାର୍‌କୁ ନେଇ ମୁହଁ ଖୋଲିଲେ କପିଲ୍‌

ମୁମ୍ବାଇ: କପିଲ ଶର୍ମା ପୁଣିଥରେ ତାଙ୍କ ସୋ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ଦର୍ଶକମାନେ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କପିଲ ଏହାକୁ ନେଇ ବେଶ୍‌ ଖୁସି ମଧ୍ୟ ଅଛନ୍ତି। ନିକଟରେ ତାଙ୍କ ଶୋ ବନ୍ଦ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ।

ଯଦିଓ କପିଲଙ୍କ ପାଇଁ ମଧ୍ୟ ଏହି ନିଷ୍ପତ୍ତି ସହଜ ନଥିଲା। କପିଲ ଏ ନେଇ ଏକ ଖୁଲାସା କରିଛନ୍ତି। କପିଲ କହିଛନ୍ତି ଯେ ତାଙ୍କୁ ବାଧ୍ୟ ହୋଇ ଏ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ସେ କହିଛନ୍ତି ଯେଉଁଭଳି ଭାବରେ ସେ ବ୍ୟାକ୍‌ ପେନ୍‌ ସମସ୍ୟାରେ ଜୁଝୁଥିଲେ ତାଙ୍କୁ ବାଧ୍ୟ ହୋଇ ଶୋ ଅଫ୍‌ ଏୟାର୍‌ କରିବାକୁ ପଡ଼ିଥିଲା।

କପିଲଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କହୁଛନ୍ତି ଯେ ବ୍ୟାକ୍‌ ‌ପେନ୍‌ ଯୋଗୁ ତାଙ୍କୁ ଶୋ ଅଫ୍‌ ଏୟାର୍‌ କରିବାକୁ ପଡ଼ିଥିଲା। କପିଲ କହିଛନ୍ତି ଯେ ‘ଏହା ୨୦୧୫ ରେ ପ୍ରଥମ ଥର ପାଇଁ ଘଟିଥିଲା। ମୁଁ ସେତେବେଳେ ଏହା ବିଷୟରେ ଅଧିକ ଜାଣି ନ ଥିଲି, ମୁଁ ଆମେରିକାରେ ଥିଲି।

Comments are closed.